ନ୍ୟୁଜ୍

ଗୋଟିଏ ପରିବାରର 5ଜଣ ବିଷ ପିଇ ଆତ୍ମହତ୍ୟା ଘଟଣା, ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି

dead body

ଝାରସୁଗୁଡା : ଝାରସୁଗୁଡା ଲହଣ୍ଡାବୁଡ଼ ଅଞ୍ଚଳର ଗୋଟିଏ ପରିବାରର 5ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଆଉ 2 ମୃତ। ଆଜି ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି। 31 ବର୍ଷୀୟା ଝିଅ ଓ 58 ବର୍ଷୀୟା ମାଆଙ୍କ ମୃତ୍ୟୁ ହୋଇଛି।

ତେବେ ଗତକାଲି ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ବଡ଼ ପୁଅର ମୃତ୍ୟୁ ହୋଇଥିଲା। ଫିନାଇଲ ପିଇ ଗୁରୁତର 5 ଜଣଙ୍କ ମଧ୍ୟରୁ ଏଯାଏଁ 3 ଜଣଙ୍କ ଜୀବନ ଗଲାଣି। 2 ଦିନ ତଳେ ସମସ୍ତେ ଫିନାଇଲ ପିଇ ଗୁରୁତର ହୋଇଥିଲେ। ଗତ 1 ତାରିଖରେ ସାନ ପୁଅର ଏକ ସଡ଼କ ଦୁର୍ଘଟଣାରେ ଘରେ ମୃତ୍ୟୁ ହୋଇଥିଲା। ଫଳରେ ଏହି ଘଟଣା ପରେ ମିୟମ୍ରାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରିବାରର ଅନ୍ୟ ସଦସ୍ୟ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top