ଦେଶ

ଘରୋଇ ଲ୍ୟାବରେ କୋଭିଡ-19 ଟେଷ୍ଟ ହେଉ ଦେୟମୁକ୍ତ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାରା ଭାରତରେ ଏବେ ଲୋକଙ୍କ ଭିତରେ ଗୋଟିଏ ଚିନ୍ତା କିପରି ଏ ମହାମାରୀ ରୁ ରକ୍ଷା ପାଇବା। ଆଜି ଏହି ଭୂତାଣୁ ପରୀକ୍ଷଣକୁ ନେଇ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସମଗ୍ର ଦେଶରେ କରୋନାଜନିତ ପରୀକ୍ଷା ଗୁଡିକ ମାଗଣାରେ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ବିଚାରପତି ଅଶୋକ ଭୂଷଣ ଏବଂ ଏସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ମମାଲରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଘରୋଇ ଲ୍ୟାବରେ ଲୋକମାନେ ମାଗଣାରେ ସେମାନଙ୍କର କିଭଳି ରକ୍ତ ନମୁନା ପରୀକ୍ଷଣ କରିପାରିବେ ସେଥିପାଇଁ ସରକାର ନିୟମ କରିବା ଉଚିତ୍।

ସୂଚନାନୁଯାୟୀ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ଆଇସିଏମଆର କିଛି ଘରୋଇ ଲ୍ୟାବକୁ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ। ଏହି ଟେଷ୍ଟ ପାଇଁ 4500 ଟଙ୍କା ମୂଲ୍ୟ ମଧ୍ୟ ରଖାଯାଇଥିଲା। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ ହୋଇଥିଲା। ଯାହାକୁ ନେଇ ଆଜି ସର୍ବୋଚ୍ଚ ଅଦାଲତ ଶୁଣାଣି କରିଛନ୍ତି। ତେବେ ଶୁଣାଣି ସମୟରେ ଅଦାଲତ କହିଛନ୍ତି ଯେ, ଯଦି ଘରୋଇ ଲ୍ୟାବରେ ପରୀକ୍ଷଣ ଗୁଡ଼ିକୁ ଦେୟ ମୁକ୍ତ କରାଯିବ ତେବେ ଅଧିକରୁ ଅଧିକ ଲୋକ ପରୀକ୍ଷା କରିବାକୁ ଆଗକୁ ଆସିବେ।

ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ବର୍ତ୍ତମାନ ଦେଶରେ 118 ଲ୍ୟାବ ପ୍ରତିଦିନ ପାଖାପାଖି 12 ହଜାରରୁ ଅଧିକ ପରୀକ୍ଷା କରିବା କ୍ଷମତା ସହିତ କାମ କରୁଛି। ବର୍ତ୍ତମାନ ଆମେ ପରୀକ୍ଷା ପାଇଁ 26 ଟି ଘରୋଇ ଲ୍ୟାବକୁ ମଧ୍ୟ ଅନୁମତି ଦେଇଛୁ। ଅପର ପକ୍ଷରେ କରୋନା ମୁକାବିଲା ନିମନ୍ତେ ନିୟୋଜିତ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଏମାନେ ପ୍ରକୃତ ଯୋଦ୍ଧା ଅଟନ୍ତି ଏବଂ ସେମାନଙ୍କ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିଷୟରେ ସଲିସିଟର ଜେନେରାଲ ପକ୍ଷ ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top