ନ୍ୟୁଜ୍

ଘୋଷଣାର 24 ଘଣ୍ଟା ନପୁରୁଣୁ ଓଡ଼ିଶାକୁ 5ଶହ କୋଟି ରିଲିଜ୍

ଅର୍ଗସ ବ୍ୟୁରୋ : ଘୋଷଣାର 24 ଘଣ୍ଟା ନପୁରୁଣୁ ଓଡ଼ିଶାକୁ ମିଳିଲା ବାତ୍ୟା ସହାୟତା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା 5 ଶହ କୋଟି ଓଡ଼ିଶାକୁ ରିଲିଜ୍ ହୋଇଛି। ଅଗ୍ରୀମ ସହାୟତା ରାଶି ଭାବେ ଓଡ଼ିଶାକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଟଙ୍କା ମିଳିବା ନେଇ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଘୋଷଣାର 24 ଘଣ୍ଟା ମଧ୍ୟରେ ଓଡ଼ିଶାରେ 500 ଶହ କୋଟି ଟଙ୍କା ରିଲିଜ୍ କରାଯାଇଛି। ଏଥିପାଇଁ ସେ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରାଳୟକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଓଡ଼ିଶାକୁ ଏହି ଅଗ୍ରୀମ ପ୍ୟାକେଜ ବେଶ୍ ସହାୟକ ହେବ ବୋଲି ଅନୁମାନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top