ନ୍ୟୁଜ୍

ଚାଷୀଙ୍କ ଆକାଉଣ୍ଟକୁ 10 ହଜାର ଟଙ୍କାର ସହାୟତା ଓ ଋଣ ଛାଡ଼ ଦାବିରେ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

Farmer

ଅର୍ଗସ ବ୍ୟୁରୋ : ବିଶ୍ଵ ମହାମାରୀ କୋରୋନା ତାଲାବନ୍ଦ କଟକଣା, ଅଦିନିଆ ବର୍ଷା ଓ ଝଡ଼ବାତ୍ୟା ଫଳରେ ଗତ ରବି ଓ ଖରାଦିନିଆ ଫସଲ ଉତ୍ପାଦନ ଓ ବିପଣନରେ ଚାଷୀ ବହୁ ଗୁରୁତର କ୍ଷତି ସହିଛନ୍ତି। ଖରିଫ୍ ଚାଷ ବେଳକୁ ଅଣ୍ଟା ସଳଖିବା କାଠିକର ପାଠ। ଚାଷ ପାଇଁ ଆବଶ୍ୟକ। ସମ୍ବଳ ନଥିବା ହେତୁ ବର୍ତ୍ତମାନ ଚାଷୀକୂଳ ଅସହାୟ। ଅନ୍ୟପଟେ ବାହାର ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଶ୍ରମିକ ଓଡ଼ିଶାକୁ ଫେରିବା ପରେ ହାତରେ କାମ ଧନ୍ଦା ନାହିଁ। କୃଷି ରାଜ୍ୟ ଅର୍ଥନୀତିର ମୂଳଦୁଆ। କୃଷି ଓ କୃଷକର ବିକାଶ ହେଲେ ହେଁ ଅର୍ଥନୀତି ସୁଦୃଢ ହେବ।

ସମ୍ପ୍ରତି ରାଜ୍ୟର ଅର୍ଥନୈତିକ ମାନ୍ଦାବସ୍ଥା ବେଳେ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ଵ ଦିଆଯିବା ଏକାନ୍ତ ଜରୁରୀ। ଏଣୁ ଚଳିତ ବର୍ଷର ଖରିଫ୍ ଚାଷକୁ ସୁନିଶ୍ଚିତ କରିବା ପାଇଁ ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଲଖ 10 ହଜାର ଟଙ୍କା ସ୍ଵତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ ଓ ଗତ 31 ମାର୍ଚ୍ଚ 2020 ସୁଦ୍ଧା ସମସ୍ତ ଚାଷୀଙ୍କ ଠାରୁ କୃଷି ଋଣ ଛାଡ କରିବାକୁ ଜରୁରୀ ବିଚାର କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ପକ୍ଷରୁ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଅନୁରୋଧ ପୂର୍ବକ ଓଡ଼ିଶାର ରାଜ୍ୟପାଳ ଡଃ ଗଣେଷୀ ଲାଲଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top