ଦେଶ

ଚିନ୍ତା ବଢ଼ାଇଲେ କନିକା, ଗୋଟିଏ ହୋଟେଲରେ ରହୁଥିଲେ କନିକା ଓ ଦକ୍ଷିଣ ଆଫ୍ରିକା ଖେଳାଳି

ମୁମ୍ୱାଇ:  ବଢ଼ି ବଢ଼ି ଚାଲିଛି କୋରୋନା ଭାଇରସ । ମହାମାରୀର ରୂପ ନେଲାଣି କୋରୋନା ଭାଇରସ । କେରୋନାକୁ ନେଇ ବିଶ୍ୱବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ କୋରୋନା ଦ୍ୱାରା ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଲାଣି । ସେପଟେ ଚିନ୍ତା ବଢ଼ାଇଲେ କନିକା କପୁର । ବଲିଉଡ ଗାୟିକା କନିକା କପୁର କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣାପଡ଼ିଛି ।  ସେ କୋରୋନା ସଂକ୍ରମିତ ଥାଇ  ମଧ୍ୟ ଏକଥା ଲୁଚାଇଥିଲେ ଏବଂ ସହରର ଏକ ହୋଟେଲରେ ରହି ପାର୍ଟି କରିଥିଲେ ।

ସେ ଯେଉଁ ହୋଟେଲରେ ରହିଥିଲେ ଅନେକ ନେତା, ମନ୍ତ୍ରୀ, ହୋଟେଲର କର୍ମଚାରୀ ତଥା ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଏବେ ସମସ୍ତଙ୍କୁ କୋରୋନା ସନ୍ଦିଗ୍ଧ ଭାବରେ ପରୀକ୍ଷଣ କରାଯାଉଛି ।  ତେବେ କନିକା ଯେଉଁ ପଞ୍ଚ ତାରକା ହୋଟେଲରେ ରହିଥିଲେ, ସେଠାରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ ମଧ୍ୟ ରହୁଥିଲେ । କନିକାଙ୍କ ଦାୟିତ୍ୱହୀନତା ଯୋଗୁଁ ଉତ୍ତର ପ୍ରଦେଶ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ସୂଚନାନୁସାରେ, କନିକା ମାର୍ଚ୍ଚ 11ରେ ଲଣ୍ଡନରୁ ଭାରତ ଫେରି ଲକ୍ଷ୍ନୌର ଏକ ହୋଟେଲରେ ରହୁଥିଲେ । ସେଠାରେ ସେ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରି ଡିନର ପାର୍ଟି ମଧ୍ୟ ଦେଇଛନ୍ତି । ତେବେ ସେହି ସମୟରେ ହୋଟେଲରେ ଦକ୍ଷିଣ ଆଫ୍ରିକାର କ୍ରିକେଟ ଟିମ୍‌ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ଲକ୍ଷ୍ନୌରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିଥାନ୍ତେ । ହେଲେ ପରବର୍ତ୍ତୀ ସମୟରେ କୋରୋନା ଭୂତାଣୁ ସତର୍କତା ଦୃଷ୍ଟିରୁ ମ୍ୟାଚକୁ ବନ୍ଦ କରିଦିଆଗଲା । ଏହାପରେ ଦକ୍ଷିଣ ଆଫ୍ରିକା ଟିମ୍‌ କୋଲକାତାରୁ ନିଜ ଦେଶକୁ ଫେରିଥିଲେ । ଏବେ ସେମାନେ ସେଲ୍ଫ କ୍ୱାରାଣ୍ଟାଇନରେ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top