ଅପରାଧ

ଜମିଜମା ବିବାଦରୁ ବିଭତ୍ସ ହତ୍ୟାକାଣ୍ଡ

ବାସୁଦେବପୁର : ନାୟକାଣିଡିହି ଗାଁରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ସାନ ଭାଇର ଭୁଜାଲି ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଛି। ପୁଲିସ ଅଭିଯୁକ୍ତ ସାନ ଭାଇକୁ ଅଟକ ରଖିଛି।

ସୂଚନାନୁଯାୟୀ, ନାୟକାଣିଡିହି ଗାଁରେ ଆଜି ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଅଭିଯୁକ୍ତ ସାନ ଭାଇକୁ ନାୟକାଣିଡିହି ପୋଲିସ ଅଟକ ରଖିଛି। ତେବେ ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଁଚି ତନାଘନା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top