ଦେଶ

ଜାମ୍ମୁ କାଶ୍ମୀର: ସେନାର ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର:  ଶ୍ରୀନଗରରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଶ୍ରୀନଗରର ବାଟମାଲୁ ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲିଛି। ପୋଲିସ ଏବଂ CRPF ର ଯବାନଙ୍କ ଦ୍ୱାରା ଅପରେସନ୍‌ ଜାରି ରହିଛି ।

ଏହାପୂର୍ବରୁ ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀର ପୋଲିସ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଏକ ଗ୍ୟାଙ୍ଗକୁ ଠାବ କରିଥିଲା। ପୋଲିସ କହିଛି ଯେ କାଶ୍ମୀରର ତିନିଜଣ ଯୁବକଙ୍କର ଏକ ସଂଗଠନ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି।

ଏହି ସଂଗଠନର ତିନିଜଣ ଯୁବକ ଗୁଟଲି ବାଗର ବାସିନ୍ଦା ଅରସିଦ ଅହମ୍ମଦ ଖାନ, ଗାଣ୍ଡରବାଲ ବାସିନ୍ଦା ମହୀଦ ରସୁଲ ଏବଂ ମହମ୍ମଦ ଆସିଫ ନାଜର ବୋଲି ଜଣାପଡିଛି। ଏହି ତିନିଜଣ ପାକିସ୍ତାନୀ ଆତଙ୍କବାଦୀ ଫାୟାଜ ଖାନଙ୍କ ସହ ଯୋଗାଯୋଗରେ ଥିଲେ। ସେ ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ନିର୍ଦ୍ଦେଶ ଦେଉଥିଲେ।

ଗାଣ୍ଡରବାଲ ପୋଲିସ ଏବଂ 5RR ର ମିଳିତ ଟିମ୍‌ ଦ୍ୱାରା ଏହି ଅପରେସନ୍ କରାଯାଇଥିଲା। ଗିରଫ ପରେ ଏହି ତିନିଜଣଙ୍କୁ ପଚରାଉଚରା କରାଯାଇଥିଲା ଯେଉଁଥିରେ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ବୈଦ୍ୟୁତିକ ଉପକରଣ ଉଦ୍ଧାର କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top