ନ୍ୟୁଜ୍

ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ…

ଭୁବନେଶ୍ବର: କେନ୍ଦୁଝର, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5 ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ। ଏହି ଜିଲ୍ଲାମାନଙ୍କରେ ହୋଇଥିବା କୋଭିଡ-19 ହସ୍ପିଟାଲର ସ୍ଥିତି ନିରୀକ୍ଷଣ କରିବା ପାଇଁ ଗସ୍ତରେ ଅଛନ୍ତି ବରିଷ୍ଠ ଅଧିକାରୀ । ଏହି ସୂଚନା ସେ ନିଜ ଟ୍ବିଟରରେ ଟ୍ୱିଟ଼ କରି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ କହିଲେ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ରେକର୍ଡ ସମୟରେ କାର୍ଯ୍ୟ କରୁଛନ୍ତି।

ତେବେ କୋଭିଡ-19 ହସ୍ପିଟାଲ ନିର୍ମାଣରେ ସାହାଯ୍ୟ କରିଥିବା କର୍ପୋରେଟ ବନ୍ଧୁଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ଏହି ଅଦୃଶ୍ୟ ଶକ୍ତି ସହିତ ସମସ୍ତଙ୍କୁ ମିଳିମିଶି ଲଢ଼ିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ତେବେ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ-19 ହସ୍ପିଟାଲ ନିର୍ମାଣ ଚାଲିଛି।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ 6000 ଶଯ୍ୟା ବିଶିଷ୍ଟ 35 ଟି କୋଭିଡ-19 ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।  ବର୍ତ୍ତମାନ ସୁଦ୍ଧା 21ଟି ସ୍ଵତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଛି । ଏକ ସପ୍ତାହ ମଧ୍ୟରେ ସମସ୍ତ 30 ଜିଲ୍ଲାରେ ପ୍ରସ୍ତାବିତ 35ଟି  ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top