ଦେଶ

ଜୀବନ ଯୁଦ୍ଧରେ ହାରିଲେ ଅଭିନେତା ଇରଫାନ ଖାନ, ବଲିଉଡରେ ଶୋକର ଛାୟା

ମୁମ୍ବାଇ:  ବଲିଉଡ ଅଭିନେତା ଇରଫାନ ଖାନଙ୍କ 54 ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛିଦିନ ପୂର୍ବରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ସେ ପେଟ ଜନିତ ସମସ୍ୟା ସହ କର୍କଟ ରେ ସଂଘର୍ଷ କରୁଥିଲାବେଳେ ତାଙ୍କର କୋଲନ୍ ସଂକ୍ରମଣ ହୋଇଥିଲା।

ମାର୍ଚ୍ଚ 2018 ରେ ଇରଫାନଙ୍କୁ ଦୁଇ ବର୍ଷ ପୂର୍ବେ ନ୍ୟୁରୋ-ଏଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ଏକ ରୋଗରେ ଚିହ୍ନଟ କରାଯାଇଥିଲା। ବିଦେଶରେ ଏହି ରୋଗର ଚିକିତ୍ସା କରି ଇରଫାନ ଖାନ ଆରୋଗ୍ୟ ଲାଭ କରିଥିଲେ। କିନ୍ତୁ ପରବର୍ତୀ ପର୍ଯ୍ୟୟାରେ ପୁଣି ଏକାଧିକ ରୋଗରେ  ଆକ୍ରାନ୍ତ ହୋଇଥିଲେ।

ନିର୍ଦ୍ଦେଶକ ସୁଜିତ ସରକାର ଇରଫାନ ଖାନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ମୋର ପ୍ରିୟ ବନ୍ଧୁ ଇରଫାନ୍ | ତୁମେ ଯୁଦ୍ଧ ପରେ ଯୁଦ୍ଧ କରିଥିଲ । ମୁଁ ତୁମ ପାଇଁ ସର୍ବଦା ଗର୍ବିତ | ଆମେ ପୁଣିଥରେ ଭେଟିବା | ପତ୍ନୀ ସୂତାପା ଏବଂ ପୁଅ ବାବିଲଙ୍କୁ ସେ ନିଜର ସମବେଦନା ଜଣାଇଛନ୍ତି | ଓମ୍ ଶାନ୍ତି ଇରଫାନ ଖାନଙ୍କୁ ନମସ୍କାର  ବୋଲି ସେ  ଟୁଇଟ୍‌ କରିଛନ୍ତି।

ବଲିଉଡର ଅନ୍ୟତମ ପ୍ରତିଭା ଙ୍କ ମଧ୍ୟରେ ଇରଫାନ୍ ଖାନ୍ ତାଙ୍କର ଅନେକ ଛାପ ଛାଡି ଯାଇଛନ୍ତି।  ବଲିଉଡର  ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ହଲିଉଡ ରେ ମଧ୍ୟ କାର୍ଯ୍ୟ କରିବା ସହ ଅନେକ ଅଭିନେତା ତାଙ୍କୁ ଅନୁସରଣ କରନ୍ତି।

ତାଙ୍କର ଶେଷ ବଲିଉଡ ଚଳଚିତ୍ର ଇଂଗ୍ରେଜୀ ମିଡିୟମ ଲକଡାଉନ୍‌ ପାଇଁ ରିଲିଜ ହୋଇ ପାରି ନଥିଲା। କିନ୍ତୁ ଅନେକ app ରେ ଏହା ରିଲିଜ ହୋଇଥିଲା।

ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ଇର୍‌ଫାନ ଦିଲ୍ଲୀରେ ଥିବା ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅପ୍‌ ଡ୍ରାମାରେ ଅଭିନୟ ଶିକ୍ଷା କରିବା ପରେ ୮୦ ଦଶକରେ ସେ ମୁମ୍ବାଇ ଆସି ‘ଚାଣକ୍ୟ’, ‘ବନେଗୀ ଅପ୍‌ନିବାତ୍‌’, ଭାରତ ଏକ ଖୋଜ୍‌, ଏବଂ ଚନ୍ଦ୍ରକାନ୍ତା ଭଳି ଟିଭି ‘ଶୋ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top