ନ୍ୟୁଜ୍

ଝାରସୁଗୁଡା: ପରିବାରର 5ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଭାଇ ଶ୍ରୀକାନ୍ତ ବିଶ୍ୱାଳଙ୍କ ମୃତ୍ୟୁ

ଝାରସୁଗୁଡା : ଝାରସୁଗୁଡା ଲହଣ୍ଡାବୁଡ଼ରେ ଗୋଟିଏ ପରିବାରର 5ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଭାଇ ଶ୍ରୀକାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ଏନେଇ ବିଟିଏମ ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରେ ସେ ଗୁରୁତର ହୋଇପଡିଥିଲେ । ଏହାପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାମୁତାବକ, ପରିବାରର ଜଣେ ପୁଅ ୨୦୧୮ ମସିହାରେ ଦୁର୍ଘଟଣା ରେ ଶିକାର ହେବା ପରେ ଗତକାଲି ତାଙ୍କର ଚିକିତ୍ସାଧୀନ ସମୟରେ ମୃତ୍ୟୁ ଘଟିଛି। ଏଥିରେ ଭାଙ୍ଗିପଡି ପରିବାର ର ପାଞ୍ଚ ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top