ରାଜ୍ୟ

ଟଙ୍କା ଦିଅ କ୍ୱାରେଣ୍ଟାଇନ୍‌ରେ ରୁହ: ରାଜଧାନୀର ଆଉ 2ଟି ହୋଟେଲରେ ହୋଇଛି ବ୍ୟବସ୍ଥା

ଭୁବନେଶ୍ୱର: ଟଙ୍କା ଦିଅ କ୍ୱାରେଣ୍ଟାଇନ୍‌ରେ ରୁହ । ଏହି ଲିଷ୍ଟରେ ଯୋଡ଼ି ହୋଇଛି ଆଉ ଦୁଇଟି ହୋଟେଲ । ପୂର୍ବରୁ ହୋଟେଲ ଏମ୍ପାୟାର ଏବଂ ଜିଞ୍ଜର ଏଭଳି ସୁବିଧା ପାଇଁ ଘୋଷଣା କରିଥିଲା । ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ହୋଟେଲ ପାରାଡାଇଜ୍‌ କନଭେନସନ୍‌ ଏବଂ କଟକ ରୋଡରେ ଥିବା ପାର୍କ ରିସୋର୍ଟ ଏଭଳି ବ୍ୟବସ୍ଥା କରିଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ତେବେ କୋରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଜୋର ଦିଆଯାଉଥିବା ବେଳେ କିଛି ଲୋକ କୋରୋନା ସନ୍ଦେହରେ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରହୁଛନ୍ତି । ତେବେ ଯେଉଁମାନଙ୍କୁ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଘରେ ଅସୁବିଧା ହେଉଛି ସେମାନେ କମ୍‌ ମୂଲ୍ୟରେ ଏହି ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ରହିପାରିବେ ।

ପ୍ରତିଦିନ ଖାଇବା ବାବଦରେ ଏହି ଦୁଇ ହୋଟେଲ 300 ଟଙ୍କା ଲେଖାଏଁ ନେବେ । ଏଥିରେ ଆପଣଙ୍କୁ 3 ଥର ଖାଇବା ମିଳିବା ସହ 3ଟି ପାଣି ବୋତଲ ମିଳିବ । ତେବେ ଏହି ସବୁ ହୋଟେଲରେ 14 ଦିନ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ସରକାରୀ ଡାକ୍ତର କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଇବାର ବ୍ୟବସ୍ଥା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top