ଖେଳ

ଟୋକିଓ ଅଲମ୍ପିକ ପାଇଁ ଘୋଷଣା ହେଲା ନୂଆ ତାରିଖ

Sports

ନୂଆଦିଲ୍ଲୀ:  ଟୋକିଓ ଅଲମ୍ପିକ ପାଇଁ ଘୋଷଣା ହେଲା ନୂଆ ତାରିଖ । କରୋନା ପାଇଁ ବର୍ଷେ କାଳ ବାତିଲ ହେଲା ଟୋକିଓ ଅଲମ୍ପିକ । ମହାମାରୀ ପାଇଁ ପୂର୍ବ କାର‌୍ୟ୍ୟସୂଚୀ ବାତିଲ ହୋଇଥିବା ବେଳେ ଏବେ ନୂଆ ତାରିଖ ଘୋଷଣା ହୋଇଛି । ଏହି ଖେଳ ମହାକୁମ୍ଭ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏ ଚାଲିବ । ଟୋକିଓ ଅଲମ୍ପିକ ଚଳିତ ବର୍ଷ ଜୁଲାଇ ୨୪ରେ ଅନୁଷ୍ଠିତ ହେବାକୁ ଥିଲା । ସବୁ ସଦସ୍ୟଙ୍କ ପରାମର୍ଶ ନେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଅଧ୍ୟକ୍ଷ ଥୋମାସ ବାକ ସୂଚନା ଦେଇଛନ୍ତି ।

ତେଣୁ ନୂଆ ତାରିଖକୁ ଦୃଷ୍ଟି ରଖି ସମସ୍ତ ଜାତୀୟ ଖେଳ ସଂଘକୁ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ଅଲମ୍ପିକ ସମିତିର ଅଧ୍ୟକ୍ଷ ନରେନ୍ଦ୍ର ବତ୍ରା । ଅନ୍ୟପଟେ ଟୋକିଓ ଅଲମ୍ପିକ ବାତିଲ ହେବା ପରେ ହୋଟେଲ, ଭେନ୍ୟୁ ଓ ଟ୍ରାନ୍ସପୋର୍ଟ ଉପରେ ପ୍ରଭାବ ପଡିଛି । ହୋଟଲରେ ବୁକିଂ ରଦ୍ଦ ଟିକଟ ମଧ୍ୟ କ୍ୟାନସଲ କରାଯାଇଛି । ଜାପାନ ସରକାର ଏହି ଅଲମ୍ପିକଙ୍କୁ ରିକଭରି ଅଲମ୍ପିକ କହିଥିଲେ । ୨୦୧୧ରେ ଭୟାବହ ସୁନାମୀ ଜାପାନର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଏହାପରେ ବି ଜାପାନ ଅଲମ୍ପିକ ଆୟୋଜନ କରିବା ସବୁଠୁ ଚାଲେଞ୍ଜ ଥିଲା । ମାତ୍ର ଏବେ କରୋନା ଯୋଗୁ ବାତିଲ ହୋଇଛି ଅଲମ୍ପିକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top