ନ୍ୟୁଜ୍

ଡ୍ରାଇଭର ଶୋଇଥିବା ବେଳେ ଟ୍ରକରେ ଲାଗିଲା ନିଆଁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା 20 ନମ୍ୱର ଜାତୀୟ ରାଜପଥ ଢେଙ୍କିକୋଟ ଖଣ୍ଟଘର ଟୋଲ ପ୍ଲାଜା ନିକଟରେ ଟ୍ରକରେ ଲାଗିଲା ନିଆଁ । ଏକ 10 ଚକିଆ ଟ୍ରକଟି ପାରାଦୀପରୁ କେନ୍ଦୁଝର ମାଇନ୍ସ ଅଭିମୁଖେ ଯାଉଥିବାବେଳେ ଖଣ୍ଟଘର ଟୋଲ ପ୍ଲାଜା ପାଖରେ ଡ୍ରାଇଭରକୁ ନିଦ ଲାଗିବାରୁ ଗାଡ଼ିଟିକୁ ଛିଡ଼ା କରି ଶୋଇପଡ଼ିଥିଲେ । କୌଣସି କାରଣରୁ ଗାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଗାଡ଼ିର ସମ୍ମୁଖ ଭାଗ ସଂପୂର୍ଣ୍ଣ ପୋଡି ଯାଇଛି । ଗାଡ଼ିରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଡ୍ରାଇଭର ଏବଂ ହେଲ୍ପର ସୁରକ୍ଷିତ ଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top