ନ୍ୟୁଜ୍

ଦନ୍ତାହାତୀ ଆକ୍ରମଣରେ ଯୁବକ ଗୁରୁତର

ang

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ୍ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଦନ୍ତାହାତୀ ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ବ୍ରାହ୍ମଣବିଲ୍ ଗାଁର ନେପାଳ ସେଠୀ ସାଇକେଲରେ ଶୌଚ କରିବା ପାଇଁ ଯାଉଥିବା ସମୟରେ ଦନ୍ତାହାତୀ କଚାଡ଼ି ଦେଇଥିଲା । ତେବେ ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି ।

ang

ଏନେଇ ବନବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ନେପାଳକୁ ଉଦ୍ଧାର କରି କୋଶଳା ମେଡିକାଲରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top