ନ୍ୟୁଜ୍

ଦରଦାମ୍‌ ନିୟନ୍ତ୍ରଣ ପାଇଁ ଉପଜିଲ୍ଲାପାଳଙ୍କ ବଜାର ଉପରେ ଚଢାଉ

Corona

ନବରଙ୍ଗପୁର:  କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଲକ୍ ଡାଉନ୍ କୁ ଆହୁରି କଡାକଡି କରିଛନ୍ତି । ଆଜି ଠାରୁ ତେଜରାତି, କ୍ଷୀର, ପନିପରିବା, ଫଳ ଦୋକାନ ସକାଳ  ୬.ଟାରୁ  ୧୦  ଏବଂ ଅପରାହ୍ନ  ୩ ଟାରୁ ସନ୍ଧ୍ୟା  ୭ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କିନ୍ତୁ ଏଥିରେ କିଛି ବ୍ୟତିକ୍ରମ ଦେଖା ଦେଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ବଜାରରେ ଚଢାଉ କରିବା ସହ ଦୋକାନୀ ଙ୍କୁ ତାଗିଦ କରୁଥିବା ଦେଖାବାକୁ ମିଳିଛି । ଆଗାମୀ ଦିନରେ ସନ୍ଧ୍ୟା ସାତ ଟା ସମୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଜାରରେ ଆଳୁ ଦର ବୃଦ୍ଧି ପାଇଥିବା ଯୋଗୁଁ ଆଳୁ ଗୋଦାମ ଗୁଡିକରେ ଚଢାଉ କରାଯାଇଥିଲା  । କିନ୍ତୁ ଗୋଦାମ ମାନଙ୍କରେ ଆଳୁ ଗଚ୍ଛିତ ନଥିବା ଜଣାପଡିଛି । ତଥାପି ବଜାରରେ ଆଳୁର ଅଭାବ ରହିବ ନାହିଁ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top