ନ୍ୟୁଜ୍

ଦାଉ ସାଜିଛି କୋରୋନା, ଲକଡାଉନ ପାଇଁ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ

Blood

ବୌଦ୍ଧ: ଦେଶକୁ କୋରୋନା ଦାଉରୁ ରକ୍ଷା କରିବା ପାଇଁ ସାରା ଦେଶରେ ୨୧ ଦିନ ବ୍ୟାପି ଲକ୍ ଡାଉନ ବ୍ୟବସ୍ଥା କରାଯାଇଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଲୋକମାନେ ନିଜକୁ ଲକଡାଉନ କରି ରଖିଛନ୍ତି  । ଲୋକଙ୍କୁ ଘରୁ ବାହାରିବା ପାଇଁ ମନା କରାଯାଇଛି । ଯାନବାହାନ ଚଳାଚଳ ବନ୍ଦ ରହିଛି । ତେବେ ଇତି ମଧ୍ୟରେ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି ।

ଲକ୍ ଡାଉନ ପାଇଁ ହେବାକୁ ଥିବା ରକ୍ତ ଦାନ ଶିବିରମାନ ବନ୍ଦ କରିଦିଆଯାଇଛି । ଫଳରେ ବର୍ତ୍ତମାନ ରକ୍ତ ଭଣ୍ଡାରରେ ଏ-ପୋଜିଟିଭ ଗ୍ରୁପର୨ ୟିନିଟ, ବି-ପୋଜିଟିଭ ଗ୍ରୁପର୨ ୟୁନିଟି, ଓ-ପୋଜିଟିଭ ଗ୍ରୁପର୨ୟୁନିଟ ଏବଂ ଏବି-ପୋଜିଟିଭର ମାତ୍ର ଗୋଟିଏ ୟୁନିଟ ରକ୍ତ ହିଁ ସଂଗ୍ରହିତ ହୋଇ ରହିଛି । ଆଗକୁ ଲକ୍ ଡାଉନର ଆହୁରୀ ୨ ସପ୍ତାହରୁ ଉର୍ଦ୍ୱ ସମୟ ରହିଛି । ରକ୍ତ ଦାତାମାନେ ଲକ୍ ଡାଉନ ପାଇଁ ଘରୁ ବାହାରୁ ନଥିବାରୁ ରୋଗୀମାନେ ରକ୍ତ ନପାଇଁ ହଇରାଣରେ ପଡୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ସୁଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top