ନ୍ୟୁଜ୍

ଭେଟେରାନ ଅଭିନେତା ରଷି କପୁରଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡର ବର୍ଷୀୟାନ ଅଭିନେତା ରଷି କପୁରଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଗତ ଲକାଲି ବିଳମ୍ୱିତ ରାତିରେ ତାଙ୍କୁ ମୁମ୍ବାଇ ସାର ଏଚ୍‌ଏନ୍‌ ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ହେବାରୁ ହସ୍ପିଟାଲରେ ଭର୍ତି ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ନ୍ୟୁୟର୍କରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ଜନିତ ଚିକିତ୍ସା ପରେ ଗତ ସେପ୍ଟେମ୍ବରରେ ଭାରତ ଫେରିଥିଲେ।

ତାଙ୍କ ମୃତ୍ୟୁ ବାବଦରେ ଟୁଇଟ୍ କରି ସୂଚନା ଦେଇଛନ୍ତି ବିଗ ବି ଅଭିନେତା ଅମିତାଭ ବଚ୍ଚନ। ସେ ଲେଖିଛନ୍ତି, ‘ସେ ଗଲେ, ଋଷି ଚାଲିଗଲେ। ମୁଁ ଭାଙ୍ଗିଗଲି। ଭଳି ଆଶ୍ଚର୍ଯ୍ୟ ପୋଷ୍ଟ କରିଛନ୍ତି।

ତେବେ ଗତ ଦୁଇ ଦିନରେ ଦୁଇ ମହାନ ଅଭିନେତାଙ୍କୁ ହରାଇଛି ଦେଶ । ଗତକାଲି ଇରଫାନ ଖାନ୍‌ଙ୍କର ପରଲୋକ ହୋଇଥିଲା ବେଳେ ଆଜି ରଷି କପୁରଙ୍କ ମୃତ୍ୟୁ ହୋଇଛି। ଦୁଇ ଦିନରେ ଦୁଇ ପ୍ରଖ୍ୟାତ କଳାକାରଙ୍କ ଦେହାନ୍ତକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ପୂର୍ବରୁ ସେ ଘୋଷଣା କରିଥିଲେ ଯେ ହଲିଉଡ୍‌ ଫିଲ୍ମ ‘ଦି ଇଣ୍ଟର୍ଣ୍ଣ’କୁ ରିମେକ୍‌ କରିବେ। ଦୀପିକା ପାଦୁକୋନ୍‌ଙ୍କୁ ନେଇ ଏହି ଫିଲ୍ମ କରିବାର ଥିଲା ଯାହା ସ୍ୱପ୍ନରେ ରହିଗଲା।

ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଋଷି କପୁରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ରିଷି କପୁରଙ୍କ ହଠାତ୍ ବିଦାୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ସେ ଜଣେ ଉଜ୍ଜ୍ୱଳ ଅଭିନେତା ତଥା ଜଣେ ଉଜ୍ଜ୍ୱଳ ମଣିଷ ଥିଲେ |

ବଲିଉଡର ସବୁଠୁ ବଡ ପରିବାର କପୁର ପରିବାର ଚିରାଗ ଥିଲେ ଋଷି କପୁର। ତାଙ୍କ ପରିବାରର ପଥ ଅନୁସରଣ କରି ସେ ଚଳଚ୍ଚିତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ସେ 1973 ମସିହାରେ ବବି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ସେବେ ଠାରୁ ସେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଥିଲେ। ତେବେ 1970 ମସିହାରେ ରାଜ କପୁରଙ୍କ ଚଳଚ୍ଚିତ୍ର ମେରା ନାମ ଜୋକରରେ ଋଷି କପୁର ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ। ନିଜର ହସ ହସ ମୁହଁ ଏବଂ ନିଆରା ଅଭିନୟ ପାଇଁ ସେ ସମସ୍ତ ଙ୍କର ପ୍ରିୟ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top