ରାଜ୍ୟ

ଦିଲ୍ଲୀରେ ଓଡ଼ିଆଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଲା ଓଡ଼ିଆ ସମାଜ

ନୂଆଦିଲ୍ଳୀ: କୋରୋନା ଭାଇରସ୍‌ରୁ କିପରି ରକ୍ଷା ପାଇବା ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ବାର୍ତ୍ତା କୋରୋନା ହାରିବ ଆମେ ଜିତିବା । ଏନେଇ  ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ । ଏହି କଥାକୁ ଧ୍ୟାନରେ ରଖି ଓଡ଼ିଆ ସମାଜ ସମାଜିକ ଦୂରତା ରକ୍ଷା କରିବା ସହ ଗରିବଙ୍କ ପାଖରେ ପଂହଁଚିଛି । ଏନ୍‌ସିଆର୍‌ରେ ଥିବା ଓଡ଼ିଆମାନଙ୍କୁ ଗତ ମାର୍ଚ୍ଚ ୩୦ ତାରିଖରୁ ପ୍ରତିଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ସ୍କୁଲ ଗୃହ ଏବଂ ଅନ୍ୟାନ୍ୟ ଗୋଷ୍ଠୀ କେନ୍ଦ୍ର ଗୁଡ଼ିକରେ ଶୁଖିଲା ରାସନ ପ୍ୟାକେଟ୍‌ମାନ ବଂଟନ କରାଯାଇଛି ।

ଏହି କାର୍ଯ୍ୟରେ ଗୁରଗାଓଁ, ମନେସାର, ଫରିଦାବାଦ, ଭିୱାଡି, ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା, ଆୟାନଗର, ଉତମନଗର, ପୀରାଗର୍ହି, କୋଟଲା, ନାଗଲୋଇ, ତୁଗଲକାବାଦ ଏବଂ ଦିଲ୍ଲୀର ଆଖପାଖ ଅଂଚଳର ଏପର୍ଯ୍ୟନ୍ତ ମଧ୍ୟରେ ପ୍ରାୟ ୩୨୫୦ ପରିବାରକୁ ଶୁଖିଲା ରାସନ ଯୋଗାଇ ଦିଆଯାଇଛି । ଓଡ଼ିଆ ସମାଜ ପକ୍ଷରୁ ଜୋନାଲ ସଂଯୋଜକମାନଙ୍କୁ ନେଇ ଏକ ବ୍ୟାଣ୍ଡ ମଧ୍ୟ ଗଠନ କରାଯାଇଛି ଯେଉଁଥିରେ ରବି ପ୍ରଧାନ,  ପି କେ ଦାଶ, ବିଦ୍ୟାଧର ସାହୁ, ଉମାକାନ୍ତ ଦାସ, ବସନ୍ତ ସ୍ୱାଇଁ, ଉଦୟ ନାଥ ସ୍ୱାଇଁ, ପ୍ରମୁଖଙ୍କ ସମେତ ସଂଖ୍ୟାଧିକ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ଏହି ଲକଡାଉନ୍ ସମୟରେ ପ୍ରତ୍ୟେକ ଦିନ ଅଭାବୀ ଏବଂ ଦୁଃସ୍ଥ ପରିବାରଙ୍କୁ ସାହାଯ୍ୟ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ଓଡ଼ିଆ ସମାଜ ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ଓଡ଼ିଆ ସମାଜ ସର୍ବଦା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ସହଯୋଗର ହାତ ବଢାଇଛି । ଏନ୍‌ସିଆର୍‌ରେ ୧୫ ରୁ ୧୮ ଜଗନ୍ନାଥ ମନ୍ଦିର ଏବଂ ବିଭିନ୍ନ ଓଡ଼ିଆ ସଂଗଠନ ରହିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦-୮୦ ଜଣ ସ୍ୱତଃପ୍ରବୃତ ଭାବେ ଏହି କାର୍ଯ୍ୟରେ ଓଡ଼ିଆ ସମାଜ ସହ ହାତ ମିଳାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top