ଦେଶ

ଦିଲ୍ଲୀରେ ଗୁରୁତର କୋରୋନା ରୋଗୀଙ୍କ ପାଇଁ ଖୁସି ଖବର, ପ୍ରଥମ ପର୍ଯ୍ୟାୟ ପ୍ଲାଜ୍‌ମା ଥେରାପିରୁ ମିଳିଲା ସୁଫଳ

ନୂଆଦିଲ୍ଲୀ: ସାରା ଦେଶ ଏବେ କୋରୋନା ମହାମାରୀ ଲଢେଇ ଜାରି ରଖିଛି। ଦେଶରେ 23 ହଜାର ଲୋକ ଏହି ମହାମାରୀ  ଆକ୍ରାନ୍ତ ର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ପ୍ରତିଶତ ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଚିକିସ୍ଥିତ ହେଉଛନ୍ତି। ତେବେ ଜାତୀୟ ରାଜଧାନୀ ଦିଲ୍ଲୀର ଗୁରୁତର ଅବସ୍ଥରେ  ସଂଘର୍ଷ କରୁଥିବା ରୋଗୀଙ୍କ ପାଇଁ ଆସିଛି ଖୁସି ଖବର |

 ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ହୋଇଥିବା ପ୍ଲାଜ୍‌ମା ଥେରାପି ପ୍ରଭାବଶାଳୀ ପ୍ରମାଣିତ ହୋଇଛି | ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ଏ ନେଇ ଆଜି ଏକ ପ୍ରେସ ବାର୍ତ୍ତା ରେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କରୋନା ଆକ୍ରାନ୍ତ ହୋଇଥିବା ଚାରି ଜଣ ରୋଗୀଙ୍କୁ ମଙ୍ଗଳବାର ଦିନ ପ୍ଲାଜମା ଦିଆଯାଇଥିଲା। ଏବେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଶୀଘ୍ର ଡିସଚାର୍ଜ କରାଯାଇପାରିବ ଏବଂ ଅନ୍ୟ ଦୁଇ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ବୋଲି କେଜରିଓ୍ୱାଲ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାର ଦିଲ୍ଲୀ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନା (LNGP) ରେ  ପ୍ଲାଜ଼ମା ଥେରାପି କରିବାକୁ ଅନୁମତି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଆମେ ସଫଳ ହୋଇଛୁ। ଏବେ ହସ୍ପିଟାଲରେ ଥିବା ଅନ୍ୟ 2-3 ଜଣ ରୋଗୀଙ୍କ ପାଇଁ ରକ୍ତ ଏବଂ ପ୍ଲାଜମା ପ୍ରସ୍ତୁତ, ଆମେ ଆଜି ସେମାନଙ୍କୁ ପ୍ଲାଜମା ଥେରାପି ଦେଇପାରିବା ବୋଲି ଡକ୍ଟର ଏସ.କେ ସରିନ୍, ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇନ୍ସର ନିର୍ଦେଶକ କହିଛନ୍ତି। ଦୁଇ ତିନି ଦିନ ମଧ୍ୟରେ ଆମେ ଆହୁରି ଅଧିକ ଟ୍ରାଏଲ କରିବୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top