ଦେଶ

ଦିଲ୍ଲୀରେ 45 ଡିଗ୍ରୀ ଛୁଇଁଲା ତାପମାତ୍ରା, ଆହୁରି ତାତିବ ରାଜଧାନୀ

WEATHER

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ-ଏନସିଆର ସମେତ ଭାରତର ଅଧିକାଂଶ ଅଞ୍ଚଳରେ ମେ ମାସ ଶେଷରେ ପ୍ରବଳ ଗରମ ଅନୁଭୂତ ହେଉଛି। ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ଅଞ୍ଚଳରେ ବର୍ତ୍ତମାନ ଗରମରୁ ରକ୍ଷା ମିଳିବ ନାହିଁ। ଆଗାମୀ 7 ଦିନ ପର୍ଯ୍ୟନ୍ତ ଏହିପରି ଗରମ ଜାରୀ ରହିବ। ଦିଲ୍ଲୀରେ ପାଣିପାଗ ବିଭାଗ ପକ୍ଷରୁ ତାପମାତ୍ରାକୁ ନେଇ ୟେଲୋ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ କିଛି ଦିନ ଧରି ଏହି ଉତ୍ତାପ ଜାରି ରହିବ ବୋଲି କୁହାଯାଇଛି। ଦିଲ୍ଲୀର ଆଜି ସର୍ବାଧିକ ତାପମାତ୍ରା ପ୍ରାୟ 44 ଡିଗ୍ରୀ ସେଲସିୟସରୁ ଅଧିକ ରହିଥିବା ଦେଖିବାକୁ ମିଳିଛି।

ଦିଲ୍ଲୀରେ ଗରମ ପବନ ବହିବା ଯୋଗୁଁ ପାଲମ ଏବଂ ଲୋଦି ରୋଡ ଅଞ୍ଚଳରେ ବହୁତ ଉତ୍ତାପ ଦେଖାଦେଇଛି। ଏଠାରେ ସର୍ବାଧିକ ତାପମାତ୍ରା ଯଥାକ୍ରମେ 45.4 ଏବଂ 44.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଏହା ପୂର୍ବରୁ ଗତକାଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ ଅମ୍ଫାନ ଘୂର୍ଣ୍ଣିବଳୟ ପରେ ଉତ୍ତର ଏବଂ ମଧ୍ୟ ଭାରତରେ ତାପମାତ୍ରା ବୃଦ୍ଧି ପାଇଛି ।

ସେହିପରି ଅହମ୍ମଦାବାଦ, ରାଜସ୍ଥାନ, ଉତ୍ତରପ୍ରଦେଶ ଭଳି ଅନେକ ସ୍ଥାନରେ ରେ ମଧ୍ୟ ଗରମ ଅନୁଭୂତ ହୋଇଛି। କରୋନା ସଙ୍କଟ ମଧ୍ୟରେ ଲୋକମାନେ ଲକଡାଉନରେ ଟିକେ ଆରାମ ପାଇଥିବା ବେଳେ ତାପମାତ୍ରା ବୃଦ୍ଧି ଲୋକ ମାନଙ୍କୁ ପୁଣି ଘରେ ରହିବକୁ ବାଧ୍ୟ କରିଛି। ପ୍ରତିବର୍ଷ ଏପ୍ରିଲରେ ରାଜସ୍ଥାନରେ ଗରମ ଆସୁଥିବା ବେଳେ ଏ ବର୍ଷ ବିଳମ୍ବରେ ଆସିଛି ଆସନ୍ତା 8 ଦିନରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ରାଜସ୍ଥାନର ଅଧିକାଂଶ ସହରରେ ତାପମାତ୍ରା 40 ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top