ଦେଶ

ଦେଶରେ କୋରୋନା ସଂକ୍ରମଣ ଆରୋଗ୍ୟ ହାର 41 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋରୋନା ସଂକ୍ରମଣ ନେଇ କୁହାଯାଇଛି ଯେ ଦେଶରେ ଏବେ ମୋଟ 48 ହଜାର 534 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଯାହା ଦେଶର ଅରୋଗ୍ୟ ହାର କୁ 41 ପ୍ରତିଶତକୁ ବୃଦ୍ଧି କରିଛି। ଦେଶରେ ଗତ ଚବିଶ ଘଣ୍ଟା ମଧ୍ୟରେ ତିନି ହଜାର 234 ଜଣ ଲୋକ ସୁସ୍ଥ ହୋଇଛନ୍ତି। ସେହିପରି ଦେଶରେ ମୃତ୍ୟୁ ହାର ଏବେ 3.02 ପ୍ରତିଶତରେ ପହଞ୍ଚିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷାକରି ଅଧିକ ପ୍ରଭାବିତ ଜିଲ୍ଲା ଉପରେ ଧ୍ୟାନ ଦେଉଛନ୍ତି ବୋଲି କୁହାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ICMR ପକ୍ଷରୁ କୁହାଯାଇଛି ଯେ ଦେଶରେ ଏବେ ସୁଦ୍ଧା 27 ଲକ୍ଷ 55 ହଜାର 714 ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି। 24 ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ସରକାରୀ ଏବଂ ବେସରକାରୀ ଲାବରୋଟେରୀ ରେ ଏକ ଲକ୍ଷ ତିନି ହଜାର 829 ରକ୍ତ ନମୁନା ପରୀକ୍ଷା କରାଯାଇଛି। NITI ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପାଲ କହିଛନ୍ତି ଯେ ଆୟୁଷ୍ମାନ ଭାରତ, ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଏକ କୋଟି ଚିକିତ୍ସା କରାଯାଇଛି ଯାହା ଏକ ବଡ଼ ସଫଳତା । ବର୍ତ୍ତମାନ ସୁଦ୍ଧା 14 ହଜାର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଲକ୍ ଡାଉନ୍ ନିଷ୍ପତ୍ତି ଠିକ୍ ସମୟରେ ନିଆଯାଇଥିବାରୁ ଦେଶରେ କରୋନା ବିସ୍ତାରକୁ ସୀମିତ କରାଯାଇଛି।

ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୮ ହଜାରରେ ପହଞ୍ଚିଥିବାବେଳେ ତାହାର ପ୍ରାୟ ୮୦ ପ୍ରତିଶତ ମାତ୍ର ୫ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ ଓ ମଧ୍ୟପ୍ରଦେଶରେ ଦେଖାଯାଇଛି। ପ୍ରାୟ ୯୦ ପ୍ରତିଶତ ମାମଲା ୧୦ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ ଓ ମଧ୍ୟପ୍ରଦେଶ,ରାଜସ୍ଥାନ,ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ କର୍ଣାଟକରେ ସୀମିତ ରହିଛି । ସେହିପରି ମୋଟ ସଂଖ୍ୟାର ୬୦ ପ୍ରତିଶତ ୫ଟି ସହର ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମଦାବାଦ ଓ ଥାନେରେ ଚିହ୍ନଟ ହୋଇଛି ବୋଲି କରୋନା ମୁକାବିଲା ପାଇଁ ଗଠିତ କେନ୍ଦ୍ର ସରକାରଙ୍କ କ୍ଷମତାପ୍ରାପ୍ତ କମିଟି-୧ର ଅଧ୍ୟକ୍ଷ ଭି.କେ.ପାଲ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top