ଦେଶ

ଦେଶରେ ୪୮୦ରେ ପହଞ୍ଚିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, ୯କୁ ବୃଦ୍ଧି ପାଲଇା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଲଗାତାର ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ଏବେ ବୃଦ୍ଧି ପାଇ 480ରେ ପହଞ୍ଚିଛି । ସେହିପରି କୋରୋନା ଜନିତ ମୃତ୍ୟୁ ସଂଖ୍ୟା 9ରେ ପହଞ୍ଚିଛି । ଗତ 24 ଘଣ୍ଟାରେ  100ରୁ ଅଧିକ ନୂଆ  କୋରୋନା ରୋଗୀଙ୍କ ମାମଲା ସାମ୍ନାକୁ ଆସିଛି ।

ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ, ଝାଡଖଣ୍ଡ, ଜାମ୍ମୁ କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ  ମହାମାରୀ କୋରୋନା ଯୋଗୁଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରାଯାଇଛି । ଏଥିସହିତ ଉତ୍ତର ପ୍ରଦେଶର 16ଟି ଜିଲ୍ଲାକୁ 25 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top