ଦେଶ

ଦେଶର ନୂଆ CAG ଭାବେ ଶପଥ ନେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ:  ଦେଶର ନୂଆ CAG ଭାବେ ଶପଥ ନେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଆଜି ରାଷ୍ଟ୍ରପତି ଭବନରେ ଗିରୀଶ ମୁର୍ମୁଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଏହି ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ସମସ୍ତେ ସମାଜିକ ଦୂରତା ରକ୍ଷା କରି ସେଠରେ ସମସ୍ତେ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତି ମଧ୍ୟ ଶପଥ ପାଠ କରାଇବା ସମୟରେ ନିଜେ ମାସ୍କ ପରିଧନ କରିଥିଲେ ।

ଗିରୀଶ ଚନ୍ଦ୍ର ମୁର୍ମୁ ଏହି ଦାଇତ୍ୱ ନେବା ପୂର୍ବରୁ ବୁଧବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ଏହା ଗ୍ରହଣ ହୋଇଥିଲା। 370 ଉଚ୍ଛେଦ ପରେ ସେ ଗତ ବର୍ଷ ଅକ୍ଟୋବରରେ ଜମ୍ମୁ-କଶ୍ମୀର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ।

ବର୍ତ୍ତମାନ ସେ ପୂର୍ବତନ CAG ରାଜୀବ ମହର୍ଷିଙ୍କ ସ୍ଥାନ ନେବେ। ରାଜୀବଙ୍କୁ 2017 ମସିହାରେ CAG ଭାବେ ନିଯୁକ୍ତି ଦିଆଯାଇଥିଲା  । ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ପର୍ଯ୍ୟନ୍ତ ରହିଥିଲା। 60 ବର୍ଷିୟ ଗିରିଶ ଚନ୍ଦ୍ର ମୁର୍ମୁ ଜଣେ 1985 ବ୍ୟାଚ୍ ର IAS ଅଧିକାରୀ  । ସେ ଗୁଜୁରାଟ କ୍ୟାଡରର ଜଣେ ଅଧିକାରୀ। ଜିସି ମୁର୍ମୁ ଅକ୍ଟୋବର 31, 2019 ରେ ଜାମ୍ମୁ କାଶ୍ମୀରର ପ୍ରଥମ LG ଭାବରେ ଦାୟିତ୍ ଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top