ନ୍ୟୁଜ୍

ଦେଶିଆ ଭାଷାରେ ଗୀତ ଗାଇ ଲୋକମାନଙ୍କୁ କରୋନା ପ୍ରତି ସଚେତନ କରାଇଲେ ଯୁବକ

କୋରାପୁଟ : ଦେଶିଆ ଗୀତ ଗାଇ ଲୋକମାନଙ୍କୁ କରୋନା ସଚେତନ କରାଇଲେ ଯୁବକ। ଚାରିଆଡ଼େ କରୋନା ବିଭୀଷିକା ମାଡ଼ି ଚାଲିଥିବା ବେଳେ ଏକ ସ୍ଵରଚିତ ଦେଶୀଆ ଭାଷାରେ ଗୀତ ଗାଇ ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଁଚାଇବାକୁ ଚେଷ୍ଟା କରିଛନ୍ତି କୋରାପୁଟ ଜିଲ୍ଲାର ପଦ୍ଲାବ ଗୌଡ। ତାଙ୍କର ଏହି ଗୀତ ଦର୍ଶକଙ୍କ ନିକଟରେ ବେଶ୍ ଆଦୃତ ହୋଇଛି। ତେବେ ପଦ୍ଲାବ ଗୌଡ଼ଙ୍କ ଏହି ଗୀତକୁ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ପ୍ରଶଂସା କରାଯାଇଛି।

ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ ଏବେ ଭାରତରେ କାୟା ବିସ୍ତାର କରିବାକୁ ଲାଗିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ ଘୋଷଣା କରିଛନ୍ତି। ଏପରିକି ଲୋକମାନଙ୍କୁ ସତର୍କ ରହିବାକୁ ଓ ଘର ଭିତରେ ରହିବାକୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଚେତନ କରାଉଛନ୍ତି। ଏହି ମଧ୍ୟରେ କୋରାପୁଟ ଜିଲ୍ଲା ବାଗଦିର ପଞ୍ଚାୟତର ଦିଷାରିଗୁଡା ଗ୍ରାମର ଜଣେ ଯୁବକ ଏକ ସ୍ଵରଚିତ ଦେଶିଆ ଭାଷାରେ ଗୀତ ଗାଇ ଲୋକମାନଙ୍କୁ ସଚେତନ କରାଇଛନ୍ତି। ଏହି ଯୁବକ ଜଣଙ୍କ ହେଉଛନ୍ତି ପଦ୍ଲାବ ଗୌଡ଼। ପେଶାରେ ସେ ଜଣେ ସ୍ପ୍ରେଡ ଅନୁଷ୍ଠାନର କର୍ମକର୍ତ୍ତା। ତେବେ ଗୀତ ଲେଖିବାରେ ମଧ୍ୟ ତାଙ୍କର ରୁଚି ରହିଛି। କରୋନା ଭୟାବହତା ମଧ୍ୟରେ ତାଙ୍କର ଏହି ସଚେତନା ଗୀତ ଲୋକମାନଙ୍କ ନିକଟରେ ବେଶ୍ ଆଦୃତ ହୋଇଛି। ସୋସିଆଲ ମିଡ଼ିଆରେ ଏହାକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top