ନ୍ୟୁଜ୍

ନବମ ଓ ଦଶମ ଶ୍ରେଣୀର କୌଣସି ବହି ପରିବର୍ତ୍ତନ ହେବନାହିଁ

ଭୁବନେଶ୍ୱର: 2020-21 ଶିକ୍ଷା ବର୍ଷ ପାଇଁ ସିଲାବସରେ କୌଣସି ପରିବର୍ତ୍ତନ ହେବ ନାହିଁ । ନବମ ଶ୍ରେଣୀ ପାଇଁ 2019-20 ଶିକ୍ଷା ବର୍ଷରେ ଯେଉଁ ବହି ପଢାଯାଉଥିଲା, ତାହା 2020-21 ଶିକ୍ଷାବର୍ଷ ପାଇଁ ମଧ୍ୟ ପ୍ରଚଳିତ ହେବ ବୋଲି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ପକ୍ଷରୁ କୁହାଯାଇଛି ।

ସେହିପରି ଦଶମ ଶ୍ରେଣୀ ପାଇଁ 2019-20 ଶିକ୍ଷା ବର୍ଷରେ ପ୍ରଚଳିତ 1-ସାହିତ୍ୟ ସିନ୍ଧୁ, 2-ସ୍କିଲ୍ସ ଅଫ କମ୍ୟୁନିକେଟିଭ ଇଂଲିଶ, 3-ମାଧ୍ୟମିକ ବୀଜ ଗଣିତ, 4-ମାଧ୍ୟମିକ ଜ୍ୟାମିତି, 5-ଜୀବ ବିଜ୍ଞାନ, 6-ଭୌତିକ ବିଜ୍ଞାନ, 7-ଇତିହାସ ଓ ରାଜନୀତି ବିଜ୍ଞାନ, 8-ଭୂଗୋଳ ଓ ଅର୍ଥନୀତି ପଢାଯିବ ।

ତେବେ ଏଥିରୁ କେତେକ ଟପିକକୁ ବାଦ ଦିଆଯାଇଛି ଏବଂ ତା ସ୍ଥାନରେ ନୂଆ ଟପିକକୁ ସିଲାବସ କମିଟି ସୁପାରିଶ କ୍ରମେ ସଂଶ୍ଲିଷ୍ଟ କରାଯାଇଛି  ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । କେବଳ 2020ରେ ପ୍ରକାଶିତ ପୁସ୍ତକକୁ ଛାତ୍ରଛାତ୍ରୀମାନେ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top