ଦେଶ

ନାହିଁ କୋରୋନା ଭୟ, ଆନନ୍ଦରେ କ୍ରୀଡାରତ ବିରଳ କଇଁଛ ଅଲିଭ ରିଡଲେ

ଅର୍ଗସ ବ୍ୟୁରୋ: ବିସ୍ତିର୍ଣ୍ଣ ବେଳାଭୂମିରେ କ୍ରୀଡାରତ ବିରଳ କଇଁଛ ଅଲିଭ ରିଡଲେ । ନାଁ ଅଛି ଟ୍ରଲରର ଭୟ ନାଁ ମଣିଷର । ଜୀବନକୁ ମନ ଭରି ଉପଭୋଗ କରିବାର ଏଭଳି ସମୟ ବହୁ ଦିନ ପରେ ଆସିଛି । ସେଥିପାଇଁ ସମସ୍ତେ ମନଭରି ଉପଭୋଗ କରୁଛନ୍ତି । ଏହେଉଛି ସମୁଦ୍ର ବେଳାଭୂମିରେ କ୍ରିଡାରତ ଅଲିଭ ରିଡଲେଙ୍କ ଦୃଶ୍ୟ । ବିରିଳ ପ୍ରଜାତିର ଏହି କଇଁଛଙ୍କ ପାଇଁ ଭୁସ୍ୱର୍ଗ ପାଲଟିଛି ଓଡିଶା ବେଳାଭୂମି ।

ପ୍ରତିବର୍ଷ ଦୁରଦୁରାନ୍ତରୁ କଇଁଛ ଏଠାକୁ ଆସିଥାନ୍ତି ଅଣ୍ଡା ଦେବାପାଇଁ । କିନ୍ତୁ ଜନାରଣ୍ୟ ବେଳାଭୂମି ଏମାନଙ୍କ ପାଇଁ ଅନେକ ସମୟରେ ବାଧା ଉପୁଜାଉଥିବା ବେଳେ ମାଛଧରା ଟ୍ରଲର ଆଘାତରେ ଅନେକଙ୍କ ଜୀବନ ଯାଇଥାଏ । ତେବେ କୋରୋନା ପାଇଁ ଏବେ ଖାଁଖାଁ ବେଳାଭୂମି । ନା କେହି ପର୍ଯ୍ୟଟକ ଆସୁଛନ୍ତି । ନା କେହି ମାଛ ଧରୁଛନ୍ତି । ଫଳରେ ନିର୍ଭୟରେ ଏମାନେ କରୁଛନ୍ତି ଚଲାବୁଲା । ଏଇ କିଛିଦିନ ମଧ୍ୟରେ ଋଷିକୁଲ୍ୟା ମୁହାଣରେ ଅଣ୍ଡା ଦେଇଛନ୍ତି ଲକ୍ଷଲକ୍ଷ କଇଁଛ l ତେବେ କୋରୋନା ମଣିଷ ସମାଜ ପାଇଁ କାଳ ସାଜିଥିବା ବେଳେ ଏହାକୁ ଭଗବାନଙ୍କ ବରଦାନ ବୋଲି ଭାବି ନେଇଛନ୍ତି ଅଲିଭ ରିଡଲେଙ୍କ ଭଳି ଅନେକ ଜୀବଜନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top