ଦେଶ

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ, ହୀରାନଗର ସେକ୍ଟରରେ ରାତି ତମାମ ଗୁଳି ବର୍ଷା

ଜାମୁ କାଶ୍ମୀର : ଗତ ସୋମବାର ରାତ୍ରୀ 9ଟା 35ରୁ ଆଜି ସକାଳ 5ଟା 5 ଯାଏଁ ପାକିସ୍ତାନ ସୀମାରେ ଆଖିବୁଜା ଗୁଳି ବର୍ଷା କରିଛି। ବିଏସଏଫ୍ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି। ପାକିସ୍ତାନର ଗୁଳି ବର୍ଷାରେ 2 ସ୍ଥାନୀୟ ଲୋକ ଅାହତ ହୋଇଛନ୍ତି। କଠୁଆର ହୀରାନଗର ଚଡ଼ବାଲ ସେକ୍ଟରରେ ଏହି ଘଟଣା ଘଟିଛି। ଆହତଙ୍କୁ ହୀରାନଗର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହ ପାକିସ୍ତାନର ଗୁଳି ବର୍ଷାରେ ଗୋଟିଏ ଗାଈ ମୃତ୍ୟୁବରଣ କରିଛି। ରବିବାର ମଧ୍ୟ ହୀରାନଗର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବାକୁ ଚେଷ୍ଟା କରିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top