ନ୍ୟୁଜ୍

ପୁଣି ଯୌତୁକ ଜୁଇରେ ନବବଧୂ

ଅର୍ଗସ ବ୍ୟୁରୋ : ପୁଣି ଯୌତୁକ ଜୁଇରେ ନବବଧୂ। ଯୌତୁକ ପାଇଁ ଜଣେ ନବବଧୂକୁ ହତ୍ୟା କଲେ ଶ୍ଵଶୁର ଘର ଲୋକେ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଘୋଳପୁର ଗ୍ରାମରୁ।

ସୂଚନାନୁଯାୟୀ, ବାଙ୍କୀ ବ୍ଲକ ଘୋଳପୁର ଗ୍ରାମର ଦୋଳ ଗୋବିନ୍ଦ ବେହେରା ଢେଙ୍କାନାଳର ସନ୍ଧ୍ୟାରାଣୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ସନ୍ଧ୍ୟାଙ୍କୁ ତାଙ୍କ ପରିବାର ଲୋକେ ଯୌତୁକ ପାଇଁ ବାରମ୍ବାର ନିର୍ଯ୍ୟାତନା ଦେଉଥିଲେ। ଏପରିକି ସନ୍ଧ୍ୟାରାଣୀ ଗର୍ଭବତୀ ଥିଲେ ମଧ୍ୟ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ସ୍ଵାମୀ ଦୋଳ ଗୋବିନ୍ଦ, ତାଙ୍କ ମାଆ ଓ ତାଙ୍କ ସାନ ଭାଇ। ତେବେ ଯୌତୁକ ଆଶା ମଉଳି ଯାଇଥିବାରୁ ଗତକାଲି ସନ୍ଧ୍ୟାରାଣୀଙ୍କୁ ତାଙ୍କ ପରିବାର ଲୋକେ ମିଳିମିଶି ହତ୍ୟା କରିଛନ୍ତି। ଏ ନେଇ ସନ୍ଧ୍ୟାରାଣୀଙ୍କ ପରିବାର ଲୋକେ ବାଙ୍କୀ ଥାନାରେ ଅଭିଯୋଗ କରିବା ପରେ ସୁବର୍ଣ୍ଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଅଭିଯୋଗ ଆଧାରରେ ଅଭିଯୁକ୍ତ ଦୋଳ ଗୋବିନ୍ଦଙ୍କ ମାଙ୍କୁ ଗିରଫ କରିଛି ବାଙ୍କୀ ପୋଲିସ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top