ନ୍ୟୁଜ୍

ପୁଣି ସାମ୍ବାଦିକଙ୍କ ଉପରକୁ ଆକ୍ରମଣ, ସବୁ ଦେଖି ବି ତୁନି ବସିଛି ବନ ବିଭାଗ

ଅର୍ଗସ ବ୍ୟୁରୋ : ଆଜି ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ। ଗୋଟିଏ ପଟେ ଏହି ଦିବସ ‘ଭୟ କିମ୍ବା ଅନୁଗ୍ରହ ବିନା ସାମ୍ବାଦିକତା’ର ବାର୍ତ୍ତା ପ୍ରେରଣ କରୁଥିବା ବେଳେ ଆଜି ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ବନ ବିଭାଗ କର୍ମଚାରୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି। କେବଳ ସେତିକି ନୁହେଁ ଉକ୍ତ ବନ ବିଭାଗ କର୍ମଚାରୀ ଜଣେ କ୍ୟାମେରା ମ୍ୟାନଙ୍କ ଠାରୁ କ୍ୟାମେରା ଛଡାଇବା ସହ ଧକ୍କା ଦେଉଥିବା ଭିଡ଼ିଓ ଭାଇରାଲ୍ ହୋଇଛି। ତେବେ ସବୁ ଦେଖି ଶୁଣି ବି ଏପର୍ଯ୍ୟନ୍ତ ବନ ବିଭାଗ ଚୁପ୍ ବସିଛି।

ସୂଚନାନୁଯାୟୀ, ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ନେଚର କ୍ୟାମ୍ପରେ ଡ୍ୟୁଟି କରୁଥିବା ବେଳେ 2 ଜଣ ଫରେଷ୍ଟ ଗାର୍ଡ ମଦ୍ୟପାନ କରିଥିଲେ। ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ କାର୍ଯ୍ୟରତ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରୁଛନ୍ତି ବନ ବିଭାଗୀୟ କର୍ମଚାରୀ। ଉକ୍ତ ବନ ବିଭାଗର କର୍ମଚାରୀ ଜଣଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ସହ କ୍ୟାମେରା ମ୍ୟାନଙ୍କୁ ମାଡ଼ କରିଛନ୍ତି।

ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ। ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି। କିନ୍ତୁ ପ୍ରଶାସନ ଏନେଇ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି। ଯେଉଁମାନେ ଲୋକଙ୍କ ହକ ପାଇଁ ଲଢେଇ କରୁଛନ୍ତି ଆଜି ସେହି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରେସ୍ ସ୍ଵାଧୀନତା ଦିବସରେ ସାମ୍ବାଦିକଙ୍କୁ ଏ କି ପ୍ରକାର ସମ୍ମାନ ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top