ନ୍ୟୁଜ୍

ପୂଜକଙ୍କ ପାଇଁ ଦରମା ବ୍ୟବସ୍ଥା କରାଯାଉ: ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ପୂଜକଙ୍କ ଆନୁଷ୍ଠାନିକ ଦରମା ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଯେଉଁମାନେ ଭକ୍ତଙ୍କ ଦାନ ଉପରେ ନିର୍ଭର କରି ଚଳନ୍ତି ସେମାନଙ୍କ ପାଇଁ  ଆର୍ଥିକ ଅନୁଦାନ ସକାଶେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ।ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କେଦାର ଗୌରୀ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ବାଣପୁରର ଭଗବତୀ ମନ୍ଦିର, ଶାରଳା ମନ୍ଦିର, ତାରା ତାରିଣୀ ମନ୍ଦିର, ରେମୁଣାର କ୍ଷୀରଚୋରା ମନ୍ଦିର, ସମ୍ବଲପୁରର ମା  ସମଲେଶ୍ୱରୀ ମନ୍ଦିର, ଭୋଗରାଇର ଚନ୍ଦନେଶ୍ୱର ମନ୍ଦିର ଏବଂ ଓ ଏହି ପରି ଅନେକ ମନ୍ଦିରର ପୂଜକଙ୍କ ପାଇଁ ଦରମା ବ୍ୟବସ୍ଥା କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଅନ୍ୟ କିଛି ପୂଜକଙ୍କ କହିବା ଅନୁଯାୟୀ ବର୍ତ୍ତମାନ କରୋନା ମହାମାରୀ ପାଇଁ ସମସ୍ତ ମନ୍ଦିରକୁ ବନ୍ଦ କରିଦିଆଯାଇଛି। ଏହି ସମୟରେ ଆଉ ଶ୍ରଦ୍ଧାଳୁଙ୍କ ଆଗମନ ହେଉନାହିଁ। କେବଳ ଏତିକି ନୁହେଁ ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ମନ୍ଦିର ବନ୍ଦ ହେଉଥିବାରୁ ଭକ୍ତଙ୍କ ଦାନ ଉପରେ ନିର୍ଭର କରୁଥବା ପୂଜଙ୍କ ପରିବାରକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟ ରାଜ୍ଯ ପରି ଓଡିଶାରେ ମଧ୍ୟ ପୂଜକଙ୍କ ପାଇଁ ଦରମା ବ୍ୟବସ୍ଥା କରିବା ଉଚିତ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top