ନ୍ୟୁଜ୍

ପୋଲିସ୍ ଫାଉଣ୍ଡେସନକୁ ୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କଲେ ଅକ୍ଷୟ

ଅର୍ଗସ ବ୍ୟୁରୋ : କୋରୋନା ଭୂତାଣୁ ବିରୋଧରେ ସାରା ଦେଶ ଲଢେଇ ଜାରି ରଖିଛି। ଏଥିପାଇଁ ବହୁ ବଦାନ୍ୟ ବ୍ୟକ୍ତିମାନେ ସହାୟତାର ହାତ ବଢାଇଛନ୍ତି। ସେହିପରି ବଲିଉଡ ସେଲିବ୍ରେଟିମାନେ ମଧ୍ୟ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି। ସିନେ କଳାକାରମାନେ ଖୋଲା ହୃଦୟରେ ପିଏମ୍ କେୟାରସ ଫଣ୍ଡକୁ ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି। ତେବେ ସମସ୍ତଙ୍କ ଅପେକ୍ଷା ଅଭିନେତା ଅକ୍ଷୟ କୁମାର ପିଏମ୍ କେୟାରସ ଫଣ୍ଡକୁ ସର୍ବାଧିକ ଦାନ ଦେଇଛନ୍ତି। ଏହି ପାଣ୍ଠି ଖୋଲିବା ପରେ ପ୍ରଥମ ଅଭିନେତା ଭାବେ ସେ ୨୫ କୋଟି ଟଙ୍କା ଦାନ କରିଥିଲେ। କେବଳ ସେତିକି ନୁହେଁ ଏହାପରେ ସେ ମୁମ୍ବାଇ ମହାନଗର ନିଗମକୁ ମଧ୍ୟ ୩ କୋଟି ଟଙ୍କା ସହାୟତା କରିଥିଲେ। ଏବେ ପୁଣିଥରେ ସେ ସାହାଯ୍ୟର ହାତ ବଢ଼ାଇଛନ୍ତି।

ସୂଚନା ଅନୁଯାୟୀ, ଅକ୍ଷୟ କୁମାର ମୁମ୍ବାଇ ପୋଲିସ୍ ଫାଉଣ୍ଡେସନକୁ ୨ କୋଟି ଟଙ୍କା ଦାନ କରିଛନ୍ତି। ଏହି ସାହାଯ୍ୟ ଯୋଗୁଁ ମୁମ୍ବାଇ ପୁଲିସ୍ ତାଙ୍କୁ ପ୍ରଶଂସା କରିଛି ଓ ଟ୍ୱିଟ୍ କରି ଧନ୍ୟବାଦ ଦେଇଛି। ଅକ୍ଷୟ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସୋଶିଆଲ୍ ମିଡିଆ ଜରିଆରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବାକୁ ମଧ୍ୟ ନିରନ୍ତର ପ୍ରୟାସ କରିଆସୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top