ନ୍ୟୁଜ୍

ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟ ଭାବି ସେମାନଙ୍କ ନିକଟରେ ଠିଆ ହୁଅନ୍ତୁ- ନବୀନ

ଭୁବନେଶ୍ଵର : ସାରା ଦେଶରେ କାୟା ବିସ୍ତାର କରିବାକୁ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଲ୍ଲୀ ଠାରୁ ନେଇ ଦିଲ୍ଲୀ ଯାଏଁ ସମସ୍ତେ ଏକଜୁଟ ହୋଇ ଲଢେଇ କରୁଛନ୍ତି। ତେବେ ଏହି ମଧ୍ୟରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଏକ ସଙ୍କଟପୂର୍ଣ୍ଣ ସମୟରେ ଜଣେ ବି ବ୍ୟକ୍ତି ଯେପରି ଭୋକିଲା ନରୁହେ। ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରି ଏଭଳି ସମୟରେ ଭିକ୍ଷୁକଙ୍କ ନିକଟରେ ଠିଆହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଏହାକୁ ସାମାଜିକ ଦାୟିତ୍ଵ ଭାବରେ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବା ସହ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଉଥିବା ଗାଇଡଲାଇନ ମାନିବାକୁ ସେ କହିଛନ୍ତି। ଏତଦ୍ ବ୍ୟତୀତ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ବାହାରନ୍ତୁ ନାହିଁ, ଯଦି ବାହାରୁଛନ୍ତି ତେବେ ମାସ୍କ ପିନ୍ଧି ଯାଆନ୍ତୁ। ଏହି ଆହ୍ଵାନକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ନବୀନ ନିବେଦନ କରିଛନ୍ତି।

ଏତଦ୍ ବ୍ୟତୀତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଅଭାବକୁ ମୁକାବିଲା କରିବାକୁ ସମସ୍ତ ନିର୍ବାଚିତ ପ୍ରତିନିଧି(ଏମପି, ଏମଏଲଏ), ପୌର ପରିଷଦ, ମହାନଗର ନିଗମର ସମସ୍ତ ପ୍ରତିନିଧି ବ୍ଲକ ଚେୟାରମ୍ୟାନ ତଥା ବିଜୁ ଜନତା ଦଳର କର୍ମୀଙ୍କୁ ନବୀନ ଆହ୍ଵାନ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top