ଦେଶ

ପ୍ରତି ଶହେ ବର୍ଷରେ ଆସିଥାଏ କୋରୋନା ପରି ମହାମାରୀ, ଚାଲିଯାଇଥାଏ ଲକ୍ଷ ଲକ୍ଷ ଜୀବନ…

ଅର୍ଗସବ୍ୟୁରୋ: କୋରୋନା ପରି ବିଶ୍ୱରେ ଅନେକ ସମୟରେ ମହାମାରୀ ଆସିଛି ଏବଂ ହଜାର ହଜାର ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି । ତେବେ ପ୍ରତି ଶହେ ବର୍ଷରେ ଏମିତି ମହାମାରୀ ଆସିଛି, ଯାହା ସମଗ୍ର ବିଶ୍ୱର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । 1720 ମସିହାରେ ଏପରି ଏକ ମହାମାରୀ ଫ୍ରାନ୍ସରେ ଦେଖାଦେଇଥିଲା । ଯାହାର ନାମ ଥିଲା ଗ୍ରେଟ ପ୍ଲଗ ମାର୍ସାଇଲ । ଏହି ପ୍ଲେଗ ରୋଗ ପ୍ରଥମେ ଫ୍ରାନ୍ସର ମାର୍ସାଇଲ ସହରରେ ଦେଖାଦେଇଥିଲେ । ସେହି ବର୍ଷକ ମଧ୍ୟରେ ମାର୍ସାଇଲ ସହରର 50 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

କେବଳ ସେତିକି ନୁହେଁ, ଏହା କ୍ରମେ ଆଖପାଖ ସହରକୁ ବ୍ୟାପି ପରବର୍ତ୍ତି ଦୁଇ ବର୍ଷ ମଧ୍ୟରେ ଆହୁରି 50 ହଜାର ଏପରି ମୋଟ ଏକ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ଥିଲା ଅଷ୍ଟାଦଶ ଶତାବ୍ଦୀର ସବୁଠାରୁ ବଡ ମହାମାରୀ । ତେବେ ଏହା ଫ୍ରାନ୍ସରେ ହିଁ ସୀମିତ ରହିଥିଲା । ସେହିପରି 1820ରେ ହୋଇଥିଲା ମହାମାରୀ କଲେରା । 1817 ମସିହାରେ ଏହି ମହାମାରୀ ପ୍ରଥମେ କୋଲକୋତାରେ ଆରମ୍ଭ ହୋଇଥିଲା । ସମଗ୍ର ଭାରତକୁ ବ୍ୟାପି ଯାଇଥିଲା । ଭାରତରୁ ଏହା ସାଉଥ ଏସିଆରୁ ମଧ୍ୟ ଏସିଆ ଏବଂ ମଧ୍ୟ ଆଫ୍ରିକା, ୟୁଏସଏ, ୟୁରୋପକୁ ମଧ୍ୟ ବ୍ୟାପିଯାଇଥିଲା ।

ଏହି ମହାମାରୀ 1824 ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ମହାମାରୀରେ ସମୁଦାୟ 1 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ଊନବିଂଶ ଶତାବ୍ଦୀରେ ଆଉ ଏକ ମହାମାରୀ ହୋଇଥିଲା ଷଷ୍ଠ କରେଲା । ଏହା 1899ରୁ 1923 ପର୍ଯ୍ୟନ୍ତ ଲାଗି ରହିଥିଲା । ଆଉ ବିଶ୍ୱର ଏହି ଭୟାବହ ମହାମାରୀ ୟୁରୋପ, ଏସିଆ ଓ ଆଫ୍ରିକା ମହାଦେଶକୁ ସଂପୂର୍ଣ୍ଣ ଭାବେ କବଳିତ କରିଦେଇଥିଲା । ଏଥିରେ ମୋଟ 8 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ଆସିଥିଲା ବିଶ୍ୱର ସବୁଠାରୁ ବଡ ମହାମରୀ ସ୍ପାନିସ ଫ୍ଲୁ । ଏହା 1918 ମସିହାରୁ ଆରମ୍ଭ ହୋଇ 1920 ରେ ଶେଷ ହୋଇଥିଲା । ଏହି ସ୍ପାନିସ ଫ୍ଲୁ ସମଗ୍ର ବିଶ୍ୱକୁ କବଳିତ କରିଥିଲା । ଏଥିରେ 10 କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଲୋକେ ପୋକମାଛି ପରି ମୃତ୍ୟୁ ମୁଖରେ ପଡିଥିଲେ ।

ସେତେବେଳେ ଲୋକଙ୍କ ଶବ ଦାହ କରିବାକୁ ମଧ୍ୟ ସ୍ଥାନ ମିଳିନଥିଲା । ଅନେକ ପରିବାର ନିଶେଷ ହୋଇଯାଇଥିଲେ । ଏପରିକି କେତେକ ଉପାନ୍ତ ଗାଁ ମଧ୍ୟ ଶେଷ ହୋଇଯାଇଥିଲା । ଏତିକିରେ ଶେ, ହୋଇନଥିଲା 1920ର ମହାମାରୀ । ସେହିବର୍ଷ ଚିହ୍ନଟ ହେଲା ଅନ୍ୟତମ ମହାମାରୀ ଏଚଆଇଭି ବା ଏଡସ । ଏଥିରେ ବିଶ୍ୱର ପ୍ରାୟ 32 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆଉ 2020ରେ ଆସିଛି କରୋନା ମହାମାରୀ । ଏହା ସମଗ୍ର ବିଶ୍ୱର 195ଟି ଦେଶକୁ ଗ୍ରାସ କରିସାରିଲାଣି । ପ୍ରତିଦିନ ଦୁଇରୁ 5ଟି ଦେଶକୁ ନିଜର କାୟା ବିସ୍ତାର କରୁଛି । ଏଣୁ ପ୍ରତି ଶହେ ବର୍ଷରେ ଏପରି ମହାମାରୀ ଆସିଛି ଏବଂ ବହୁ ଜୀବନ ନେଇଛି । ତେବେ କରୋନା ପାଇଁ ସବୁଠାରୁ ବଡ ଔଷଧ ହେଲା ନିଜକୁ ନିଜେ ଆଇସୋଲେସନରେ ରଖିବା । ନିଜକୁ ଲୋକମାନଙ୍କଠାରୁ ଦୂରେଇ ରଖିଲେ, ଏହା ଲୋପ ପାଇଯିବ । 

Click to comment

Leave a Reply

Your email address will not be published. Required fields are marked *

Most Popular

To Top