ନ୍ୟୁଜ୍

ପ୍ରଥମରୁ ଅଷ୍ଟମ ସବୁ ପାସ୍, କରୋନା ଭୟାବହତା ପରେ ପରୀକ୍ଷା ଖାତା ଦେଖା ହେବ- ସମୀର ରଞ୍ଜନ ଦାସ

ଭୁବନେଶ୍ଵର : କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଏଥିପାଇଁ କେତେକ ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି। ଏଭଳି ସ୍ଥିତିରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍। ନବମ ପିଲାଙ୍କ ସବୁ ପରୀକ୍ଷା ସରିଛି କେବଳ ଗୋଟିଏ ପରୀକ୍ଷା ବାକି ଅଛି । କରୋନା ମୁକାବିଲା ପରେ ନବମ ଶ୍ରେଣୀ କଥା ବିଭାଗ ନିଷ୍ପତ୍ତି ନେବ।

ସମୀର ଦାସ ପୁଣି କହିଛନ୍ତି ଯେ, 62 ଟି ସେଣ୍ଟରରେ 10ମ ପରୀକ୍ଷା ଖାତା ସୁରକ୍ଷିତ ଅଛି। କରୋନା ଭୟବହତା କମିବା ପରେ ଖାତା ଦେଖା ନେଇ ନିଷ୍ପତି ନିଆଯିବ। ଖାତା ସିଲ ହୋଇ ପୋଲିସ ହେପାଜାତରେ ରହିଛି । ଯୁକ୍ତ 2 ର ପରୀକ୍ଷା ଖାତା ମଧ୍ୟ ସୁରକ୍ଷିତ ଅଛି । ସ୍ୱାସ୍ଥ୍ୟ ବିଭାଗର ଅନୁମତି ମିଳିବା ପରେ ବିଭାଗ ନିଷ୍ପତ୍ତି ନେବ। ପରୀକ୍ଷା ଖାତା ସୁରକ୍ଷିତ ରହିବା ସହ ସେଥିରେ ଯେପରି ଉଇ ନାଲାଗେ ସେନେଇ ବୋର୍ଡ଼ ସମ୍ପାଦକ ଓ ସଭାପତିଙ୍କ ସହ ଆଲୋଚନା ହୋଇଛି । ଜିଲ୍ଲାପାଳଙ୍କ ନିର୍ଦେଶରେ ଆବଶ୍ୟକ ସ୍ଥଳେ ସ୍କୁଲରେ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top