ଦେଶ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣୀତ ହୋଇ ଗରିବ ଲୋକଙ୍କୁ ପରିବା ବାଣ୍ଟୁଛନ୍ତି ମହିଳା ଚାଷୀ

ବାସୁଦେବପୁର: କରୋନା ମୁକାବିଲା ପାଇଁ ହେଇଥିବା ଲକଡାନରେ ସବୁଠୁ ପ୍ରଭାବିତ ହେଇଛନ୍ତି ଦିନ ମଜୁରିଆ, ଗରିବ ଓ ଅସହାୟ ପରିବାର । ଠିକ୍ ଏହି ସମୟରେ ସେହି ଅସହାୟ ପରିବାର ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଜଣେ ମହିଳା ଚାଷୀ । ସେ ମହିଳା ଚାଷୀ ଜଣକ ହେଲେ ବାସୁଦେବପୁର ବ୍ଲକ ଲୁଙ୍ଗା ଗାଁର ସର୍ବେଶ୍ୱର ସାହୁଙ୍କ ସ୍ତ୍ରୀ ଛାୟାରାଣୀ ସାହୁ । କେବଳ ଛାୟାରାଣୀ ନୁହଁନ୍ତି ଏଥିରେ ସାମିଲ ହେଇଛନ୍ତି ଛାୟାରାଣୀଙ୍କର ସଂପୂର୍ଣ୍ଣ ପରିବାର । ଆଉ ସେମାନଙ୍କୁ ସହ ଯୋଗ କରୁଛନ୍ତି ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣୀତ ହେଇ ଏହି ମହାମାରୀ ସମୟରେ ଆରମ୍ଭ କରିଛନ୍ତି ଛୋଟ ପ୍ରୟାସ । ଲକଡାଉନରେ ହଇରାଣ ହେଉଥିବା ସମସ୍ତ ଦିନମଜୁରିଆ, ଗରିବ ଓ ଅସହାୟ ପରିବାର ଲୋକଙ୍କୁ ବାଣ୍ଟୁଛନ୍ତି ଶୁଖିଲା ଖାଦ୍ୟ ଓ ପନିପରିବା । ନିଜ ବାଡିରେ ଚାଷ କରିଥିବା ପନିପରିବାକୁ ଘର ସଦସ୍ୟଙ୍କ ସହ ଯୋଗରେ ପୁଡିଆ କରି ଗାଁ ଗାଁ ବୁଲି ସ୍ଥାନୀୟ ଯୁବକ ଓ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଲୋକମାନଙ୍କୁ ବାଣ୍ଟୁଛନ୍ତି ।

ଲକଡାଉନ ହେବା ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗାଁ ଗାଁ ବୁଲି ପରିବା ଓ ଶୁଖିଲା ଖାଦ୍ୟ ବାଣ୍ଟିବାରେ ଲାଗି ପଡିଛନ୍ତି ଛାୟାରାଣୀ ।   ସରକାର କେବଳ ରାସନକାର୍ଡ ଧାରୀ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଉଥିବାବେଳେ ଦିନମଜୁରିଆ, ଗରିବ ଓ ଦୁଖୀରଙ୍କି ଅସହାୟ ପରିବାର ଉପରେ ରହିଛି ଛାୟାରାଣୀଙ୍କ ନଜର । ବାସୁଦେବପୁର ପୋରପାଳିକାର ସମସ୍ତ ୱାର୍ଡ ସହିତ ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲୁ ବୁଲି ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସହିତ ପନିପରିବା ।

ଆବଶ୍ୟକ ହେଲେ ଆର୍ଥିକ ରାଶିର ସହାୟତା ମଧ୍ୟ ଛାୟାରାଣୀ କରୁଛନ୍ତି । କେବଳ ପନିପରିବା ନୁହେଁ ସାନିଟାଇଜର ବାଣ୍ଟିବା, ମାସ୍କ ବାଣ୍ଟିବା ସହିତ ସାମାଜିକ ଦୂରତା ବଜାୟ ରଖିବା ସହିତ ସରକାରଙ୍କ ନିୟମ ମାନି ଚଳିବାକୁ ଲୋକମାନଙ୍କୁ ସଚେତନ କରୁଛନ୍ତି । ତେବେ ଏପରି ସମୟରେ ଛାୟାରାଣିଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top