ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିଛି: ଧର୍ମେନ୍ଦ୍ର ପ୍ରଧାନ

Dp

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଉଦ୍ୟମ ଭାରତରେ ବାଘ ଏବଂ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃଉଦ୍ଧାର କରିବାରେ ସହାୟକ ହେବା ସହ ‘ସବୁଜ ଅର୍ଥନୀତି’ ପାଇଁ ମଧ୍ୟ ପଥପ୍ରଦର୍ଶକ ହୋଇଛି ।

କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ବର୍ଷ ୨୦୧୯-୨୧ ମଧ୍ୟରେ #ProjectTiger ଅଧୀନରେ ଓଡ଼ିଶାକୁ ୨୬.୮୭ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କା ମିଳିଛି । ତନ୍ମଧ୍ୟରୁ ସାତକୋଶିଆ ଏବଂ ଶିମିଳିପାଳ ବାଘ ଅଭୟାରଣ୍ୟ ପାଇଁ ଯଥାକ୍ରମେ ୧୧.୧୯ କୋଟି ଓ ୧୫.୬୮ କୋଟି ଦିଆଯାଇଛି । #ModiGovt ଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ବାଘକୁ ନିଜ ପ୍ରାକୃତିକ ବାସସ୍ଥାନରେ ରହିବା ପାଇଁ ନିଶ୍ଚିତ କରିଛି । ଏହି ପ୍ରୟାସରେ ଓଡ଼ିଶାକୁ #ProjectElephant ଅଧୀନରେ ବର୍ଷ ୨୦୧୯-୨୧ ମଧ୍ୟରେ ଭାରତ ସରକାର ୯.୬୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ହାତୀଙ୍କ ସଂରକ୍ଷଣ ତଥା ସେମାନଙ୍କ ସୁରକ୍ଷା ଦିଗରେ ଓ ହାତୀ ବାସସ୍ଥାନ ଏବଂ ଆଖପାଖରେ ରହୁଥିବା ଲୋକଙ୍କ ସହନଶୀଳତା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି ।

#ModiGovt ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯଥା ଜଙ୍ଗଲ ବୃଦ୍ଧି, ବୃକ୍ଷରୋପଣ ସହାୟତା ରାଶି, ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ, ସବୁଜ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରଚେଷ୍ଟା ପରିବେଶ ସହଯୋଗୀ ଇକୋ-ସିଷ୍ଟମ ସୃଷ୍ଟି କରିବାରେ ସାହାଯ୍ୟ କରିବା ସହ ଆମ ଯୁବପିଢ଼ି ଓ ଜନଜାତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top