ନ୍ୟୁଜ୍

ପ୍ରବାସୀ ଶ୍ରମିକଙ୍କ ପାଇଁ ମାନବୀୟ ସଙ୍କଟ- ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ଵର : ସାରା ଦେଶରେ କରୋନା କାୟା ବିସ୍ତାର କରିବାକୁ ଲାଗିଛି। କରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ କଟକଣା ଲାଗୁ କରାଯାଇଛି। ଫଳରେ ରାଜ୍ୟ ବାହାରେ ବା ଦେଶ ବାହାରେ କାମ କରୁଥିବା ବହୁ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ତେଣୁ ଏହି ଓଡ଼ିଆ ଶ୍ରମିକଙ୍କ ଆଶ୍ରିତ ପରିବାରକୁ ମାଗଣାରେ ଔଷଦ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପତ୍ର ଲେଖି ନିବେଦନ କରିଛନ୍ତି।

ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ କହିଛନ୍ତି ଯେ, ବର୍ତ୍ତମାନ ତାଲା ବନ୍ଦ କାରଣରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। କାରଣ ଓଡ଼ିଶାର ପ୍ରବାସୀ ଶ୍ରମିକମାନେ ବିନା ଆୟରେ ବାହାର ରାଜ୍ୟରେ ଫସି ରହିଛନ୍ତି। ଏଥିପାଇଁ ତାଙ୍କର ବୁଢା ଏବଂ ରୋଗୀଣା ପିତା-ମାତା ସେମାନଙ୍କ ଘର ବାହୁଡ଼ାକୁ ଚାହିଁ ବସିଛନ୍ତି। କାରଣ କିଛି ଶ୍ରମିକଙ୍କ ପିତାମାତା ମଧୁମେହ, ଉଚ୍ଚ ରକ୍ତଚାପ ଜନିତ ରୋଗୀ, ହାର୍ଟ ରୋଗୀ ହୋଇଥାଇ ପାରନ୍ତି। ତେଣୁ ସେମାନଙ୍କୁ ଦୈନିକ ଔଷଧ ଆବଶ୍ୟକ। କିନ୍ତୁ ସେମାନଙ୍କର ପିଲାମାନେ ଏବେ ତାଲାବନ୍ଦ କାରଣରୁ ବାହାରେ ଫସି ରହିଥିବାରୁ ସେମାନେ ଔଷଧ ପାଇ ପାରୁ ନାହାଁନ୍ତି। ତେଣୁ ଏହି ପ୍ରବାସୀ ଓଡ଼ିଆଙ୍କ ଆଶ୍ରିତ ପରିବାରକୁ ନିଃଶୁକ୍ଳରେ ଔଷଧ ପ୍ରଦାନ କରିବା ବ୍ୟବସ୍ଥା ଓ ଡାଇଲେସିସ୍ ଭଳି ନିଃଶୁକ୍ଳ ଉପଚାର ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top