ନ୍ୟୁଜ୍

ଫଳ ବିକ୍ରି କରୁଛନ୍ତି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ୍ ଗାର୍ଲ କୋ-ଷ୍ଟାର

ଅର୍ଗସ ବ୍ୟୁରୋ : କରୋନା ସାରା ବିଶ୍ୱରେ ଭୟ ଏବଂ ଚିନ୍ତାର ପରିବେଶ ସୃଷ୍ଟି କରିଛି । ଏହିଭଳି ସଙ୍କଟ ସମୟରେ ଗରିବ ଲୋକଙ୍କଠୁ ଆରମ୍ଭ କରି ଫିଲ୍ମ ଷ୍ଟାରଙ୍କ ଦୈନନ୍ଦିନ ଜୀବନରେ କରୋନା ଅନେକ ପ୍ରଭାବ ପକାଇଛି । ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରିଚାଲିଛନ୍ତି । ସବୁ ବନ୍ଦ ରହିଥିବାରୁ ସାଧାରଣ ଜନତାଙ୍କ ଦୁଃଖ ନ କହିଲେ ଭଲ । କରୋନା ଅନେକଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛି । ଦିନ ମଜୁରିଆଙ୍କୁ ଖାଇବାକୁ ମିଳୁନଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀର କଳାକାର । ସେହିପରି ଡିରେକ୍ଟର ଏବଂ ପ୍ରଡ୍ୟୁସର ମାନଙ୍କୁ ମଧ୍ୟ ଦୁର୍ଦ୍ଦିନର ଦିନ ଦେଖିବାକୁ ପଡୁଛି ।

ମହାମାରୀ କରୋନା ଭାଇରସ୍ ମନୋରଞ୍ଜନ ଦୁନିଆରେ ଅନେକ କନିଷ୍ଠ କଳାକାରଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ସେହିଭଳି ଜଣେ କଳାକାର ସୋଲାନକି ଦିୱାକର । ଦିନ ଥିଲା ଫଳ ବିକ୍ରି କରି ପେଟ ପାଟଣା କରୁଥିଲେ । କିନ୍ତୁ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସୁପରହିଟ୍ ଫିଲ୍ମ ଡ୍ରିମ୍ ଗାର୍ଲ ତାଙ୍କୁ ସମୃଦ୍ଧି ଆଣିଦେଇଥିଲା । ଏହି ଫିଲ୍ମରେ ସେ ଅନେକ ଖ୍ୟାତି ଅର୍ଜନ କରିବା ସହ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଚି କରିପାରିଥିଲେ । ତାଙ୍କର ଏଭଳି ଉନ୍ନତି ସମୟରେ କରୋନା ପାଇଁ ପୁଣି ପୂର୍ବ ଦିନକୁ ଫେରିଯାଇଛନ୍ତି ବଲିଉଡ ଅଭିନେତା ସୋଲାନକି ଦିୱାକର । ପେଟ ପୋଷଣ ପାଇଁ ପୁଣି ପୂର୍ବ ଜୀବିକାକୁ ଆପଣାଇଛନ୍ତି ସୋଲାନକି ।

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ୍ ଗାର୍ଲରେ କାମ କରୁଥିବା ସୋଲାନକି ବର୍ତ୍ତମାନ ନିଜ ଘରର ଭଡା ଦେବା ଓ ପରିବାର ପାଇଁ ରୋଜଗାର କରିବାକୁ ଦିଲ୍ଲୀ ରାସ୍ତାରେ ଫଳ ବିକ୍ରି କରୁଛନ୍ତି। ଦିୱାକର ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, “ଲକଡାଉନ୍ ବୃଦ୍ଧି ହେବା ସହିତ ମୋତେ ମୋର ଆବଶ୍ୟକତାର ଯତ୍ନ ନେବାକୁ ପଡିବ। ମୋର ଭଡା ଦେବାକୁ ପଡିବ ଏବଂ ମୋ ପରିବାରର ଖର୍ଚ୍ଚ ମଧ୍ୟ ପୂରଣ କରିବାକୁ ପଡିବ। ତେଣୁ ମୁଁ ଫଳ ବିକ୍ରି କରିବାକୁ ଫେରି ଆସିଛି।” ଏହି ଅଭିନେତା ଆହୁରି ମଧ୍ୟ କହିଛନ୍ତି ଯେ ସେ ଆଗାମୀ ଚଳଚ୍ଚିତ୍ରରେ ସ୍ୱର୍ଗତ ଋଷି କପୁରଙ୍କ ସହ ସୁଟିଂ କରିବା କଥା, କିନ୍ତୁ କରୋନା ଭାଇରସ୍ ହେତୁ ଏହି ପ୍ରକଳ୍ପ ବନ୍ଦ ହୋଇଯାଇଥିଲା ଏବଂ ବର୍ତ୍ତମାନ ସେ ଆଉ ନାହାଁନ୍ତି । ଯାହା ପାଇଁ ସେ ବହୁତ ଦୁଃଖିତ ବୋଲି କହିଛନ୍ତି । ସୋଲାନକି କହିଛନ୍ତି ଯେ, ଯଦି ଲକଡାଉନ୍ ଏବଂ କରୋନା ହୋଇନଥାନ୍ତା, ମୁଁ ମୁମ୍ବାଇରେ ରହି ଚଳଚ୍ଚିତ୍ରରେ କିଛି ଛୋଟ ଭୂମିକା ତୁଲାଇଥାନ୍ତେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top