ରାଜ୍ୟ

ଫ୍ରାନ୍ସରେ କୋରୋନା କଟକଣା, ଅଯଥା ଘରୁ ବାହାରିଲେ ଜେଲ୍‌

ନୂଆଦିଲ୍ଲୀ: ଡାକ୍ତରଙ୍କୁ ସାକ୍ଷାତ କରିବା, କୁକୁରକୁ ବୁଲାଇ ନେବା ଭଳି କେତେକ କାମୁ ବଦ ଦେଲେ ଘରୁ ବାହାରକୁ ବାହାରି ପାରିବେ ନାହିଁ । ଏଭଳି ନିୟମ କରିଛନ୍ତି ଫ୍ରାନ୍ସ ସରକାର । ଗତ ମଙ୍ଗଳବାର ଠାରୁ ଏହି କଟକଣା ଲାଗୁ ହୋଇଛି । ହେଲେ ଅନେକ ଲୋକ ଏହି କଟକଣାକୁ ମାନୁନାହାନ୍ତି । ତେଣୁ ପୋଲିସ ଏବେ ସେମାନଙ୍କୁ ଗିରଫ କରିବା ଆରମ୍ଭ କରିଛି ।

ପୂର୍ବରୁ କଟକଣା ଉଲ୍ଲଂଘନକାରୀଙ୍କ ଉପରେ କେବଳ ଜରିମାନା ଲଗାଯାଉଥିବା ବେଳେ ଏବେ ସେମାନଙ୍କୁ ଗିରଫ କରାଯାଉଛି । ଗୁରୁବାର ପ୍ୟାରିସରେ ଏପରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି ।

ଯଦି କେହି ଘରୁ ବାହାରକୁ ବାହାରୁଛି, ତେବେ ପୋଲିସର ଡ୍ରୋନ ତା’ର ମୁଣ୍ଡ ଉପରକୁ ଯାଇ ତା’କୁ ତୁରନ୍ତ ସେଠାରୁ ଘରକୁ ଚାଲିଯିବା ପାଇଁ କହୁଛି । ଦେଶରେ ଏପର୍ଯ୍ୟନ୍ତ କୋରୋନା ଯୋଗୁ ଗୁରୁବାର ସୁଦ୍ଧା ୩୭୨ ଜଣଙ୍କ ଜୀବନ ଗଲାଣି । ଆହୁରି ୧୦,୯୯୫ ଜଣ ଆକ୍ରାନ୍ତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top