ଅପରାଧ

ବଢିଲା ସିଙ୍ଗର କନିକାଙ୍କ ସମସ୍ୟା, ବିହାର କୋର୍ଟରେ ରୁଜୁ ହେଲା ଆଉ ଏକ ମାମଲା

ନୂଆଦିଲ୍ଲୀ: ବଢିଲା  ବଲିଉଡ୍‌ ଗାୟିକା କନିକା କପୁରଙ୍କ ସମସ୍ୟା  । ବିହାର କୋର୍ଟରେ ମଧ୍ୟ  ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କୋରୋନା ପଜେଟିଭ୍ ଆକ୍ରାନ୍ତ ହୋଇଥିବା ସତ୍ୱେ ଏହାକୁ ବେଖାତିରି କରି 200ରୁ ଅଧିକ ଲୋକଙ୍କ ସସ୍ପର୍ଶରେ ଆସିଥିଲେ ଲଣ୍ଡନ ଫେରନ୍ତା କନିକା । 

ଆଜି ବିହାରର ଏକ ଅଦାଲତରେ ତାଙ୍କ ବିରୋଧରେ ତାଙ୍କ ଅପରାଧିକ ମାମଲା ରୁଜୁ କରାଯାଇଛି । ଅଭିଯୋଗରେ ଦର୍ଶାଯାଇଛି  ଯେ କନିକା କୋରୋନା ଭାଇରସ୍‌ ବ୍ୟାପିବାର ରୋକିବା ପାଇଁ ଲୋକ ସେବକ ଦ୍ୱାରା ଜାରି କରାଯାଇଥିବା  ନିର୍ଦ୍ଦେଶକୁ ଉପେକ୍ଷା କରିଛନ୍ତି । ଏହି ଅଭିଯୋଗରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, କନିକା କୋରୋନା ପଜେଟିଭ୍‌ ଥିଲେ ବୋଲି ଲୁଚାଇଥିଲେ । ତେବେ ଏହି ମାମଲାର ଶୁଣାଣି 31 ମାର୍ଚ୍ଚରେ ହେବ ।    

Click to comment

Leave a Reply

Your email address will not be published. Required fields are marked *

Most Popular

To Top