ନ୍ୟୁଜ୍

ବରଗଡ଼ ଛୁଇଁଲା କୋରୋନା

ଅର୍ଗସ ବ୍ୟୁରୋ : ବରଗଡ଼ ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତ ଜଣଙ୍କ ଜଣେ ମହିଳା ବୋଲି ଜଣା ପଡ଼ିଛି। ସେ ମହାରାଷ୍ଟ୍ରରୁ ଆସି ହୋମ କ୍ଵରେଣ୍ଟାଇନରେ ଥିଲେ। ଏ ନେଇ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି। ତେବେ ବରଗଡ଼କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା 27ଟି ଜିଲ୍ଲାକୁ କୋରୋନା ଛୁଇଁଛି। ବରଗଡ଼ ଜିଲ୍ଲା ରାଜ୍ୟର କରୋନା ମାନଚିତ୍ରରେ ଯୋଡ଼ି ହୋଇଯିବା ପରେ ଆଉ ୩ଟି ଜିଲ୍ଲା କରୋନା ମୁକ୍ତ ରହିଛି । ସେଗୁଡ଼ିକ ହେଲା ସୁବର୍ଣ୍ଣପୁର, ରାୟଗଡ଼ା ଓ ନୂଆପଡ଼ା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top