ନ୍ୟୁଜ୍

ବଲାଙ୍ଗିର ଜିଲ୍ଲାରେ 7 କୋରୋନା ପଜେଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାରେ ପୁଣି 7 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ। ଏ ନେଇ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଏବଂ ସଇଁତଳା ବ୍ଲକର 2 ଜଣ ଲେଖାଏଁ ଓ ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି ।

ସମସ୍ତ ସଂକ୍ରମିତ ପୁରୁଷ ହୋଇଥିବା ବେଳେ ସେମାନେ ସମସ୍ତେ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ତେବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 16କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରୁ 2 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଏବେ 14 ଜଣଙ୍କର ଚିକତ୍ସାଧୀନ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top