ନ୍ୟୁଜ୍

ବଲିଉଡ ଫିଲ୍ମ ପ୍ରଡ୍ୟୁସର ବୋନି କପୁରଙ୍କ ରେସିଡେନ୍ସରେ ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍

ଅର୍ଗସ ବ୍ୟୁରୋ : ବଲିଉଡ ଫିଲ୍ମ ପ୍ରଡ୍ୟୁସର ବୋନି କପୁରଙ୍କ ରେସିଡେନ୍ସରେ ଆଉ ଦୁଇଜଣ କର୍ମଚାରୀ କୋଭିଡ-19 ଟେଷ୍ଟ ପଜିଟିଭ ଥିବା ଜଣାପଡିଛି । ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏକ ବିବୃତ୍ତି ପ୍ରକାଶ କରିଥିଲେ ଯେ ତାଙ୍କ ଘରୋଇ କାମରେ ସହାୟତା କରୁଥିବା ବ୍ୟକ୍ତି କରୋନା ଭାଇରସରେ ପଜିଟିଭ ଆସିଛନ୍ତି। ସେମାନଙ୍କର ଘର କାମରେ ସହାୟତା କରୁଥିବା ଚରଣ ସାହୁ, ଯିଏକି ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ । ଶନିବାର ସନ୍ଧ୍ୟାରୁ ସେ ଅସୁସ୍ଥ ଥିଲେ ଏବଂ କପୁର ତାଙ୍କୁ ପରୀକ୍ଷା ପାଇଁ ପଠାଇଥିଲେ । ଏହାପରେ ତାଙ୍କୁ ଅଲଗା ରଖାଯାଇଥିଲା । ଏହାସହ ତାଙ୍କ ବିବୃତ୍ତିରେ ବୋନି ପ୍ରକାଶ କରିଛନ୍ତି ଯେ, ତାଙ୍କ ଝିଅ ଜାନଭୀ ଏବଂ ଖୁସିଙ୍କ ସମେତ ତାଙ୍କର ପୁରା ପରିବାର ଭଲ ଅଛନ୍ତି ଏବଂ କୌଣସି ବ୍ୟକ୍ତିଙ୍କ କରୋନାର ଲକ୍ଷଣ ଦେଖାଦେଇ ନାହାନ୍ତି । ସେମାନେ ବର୍ତ୍ତମାନ ଘରୋଇ କ୍ୱାରେନଣ୍ଟାଇନରେ ଥିବା ସ୍ପଷ୍ଟ କରିଛନ୍ତି । ସେହିପରି ଝିଅ ଜାନଭୀ କପୁର ନିଜ ଇନଷ୍ଟାଗ୍ରାମରେ ବୋନିଙ୍କ ବିବୃତ୍ତିକୁ ମଧ୍ୟ ପୋଷ୍ଟ କରି କହିଛନ୍ତି ଯେ, “ଘରେ ରହିବା ଆମର ସର୍ବୋତ୍ତମ ସମାଧାନ ଅଟେ । ସମସ୍ତେ ସୁରକ୍ଷିତ ରୁହନ୍ତୁ” ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top