ନ୍ୟୁଜ୍

ବାଣପୁର ସଟ୍‌ଡାଉନ୍ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ପ୍ରଶାସନର ଅପିଲ

ଖୋର୍ଦ୍ଧା:  ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ପ୍ରଶାସନ ର ଅପିଲ । ବାଣପୁର ଅଞ୍ଚଳର ଜନ ସାଧାରଣଙ୍କ ସୁରକ୍ଷା ପାଇଁ ୭ ଦିନ ପାଇଁ ସଟ୍ ଡାଉନ୍ ର ଆବଶ୍ୟକତା ରହିଛି , ତେଣୁ ବାଣପୁର ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ଅଧିକାରୀ ମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା , ଖୋର୍ଦ୍ଧା ଜିଲ୍ଲାର ବାଣପୁର ରେ କରୋନା ଏବେ ଆଉଟ୍ ଅଫ୍ କଣ୍ଟ୍ରୋଲ ଅବସ୍ଥାରେ ପହଞ୍ଚି ଗଲାଣି ତେଣୁ ଏଥିରେ ସୁଧାର ଆସିବାକୁ ହେଲେ ବାଣପୁର ଅଞ୍ଚଳକୁ ସଟ୍-ଡାଉନ୍ କରିବା ପରେ ସମସ୍ତ ସୀମା ସିଲ୍ କରି ସଂପୂର୍ଣ୍ଣ ଅଞ୍ଚଳର ବିଶୋଧନ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହଯୋଗ ମଗାଯାଇଛି । ଆସନ୍ତା ୧୨ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ବାଣପୁର ସଟ୍ ଡାଉନ୍ ହେବା ପାଇଁ ସମସ୍ତ ଅଧିକାରୀଙ୍କ ସ୍ୱାକ୍ଷରିତ ଏକ ଚିଠି ଜିଲ୍ଲାପାଳଙ୍କୁ ପ୍ରେରିତ କରାଇଛି ବାଣପୁର ପଞ୍ଚାୟତ ସମିତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top