ନ୍ୟୁଜ୍

ବାତିଲ ହେଲା ସ୍ୱତନ୍ତ୍ର ପାସ ବ୍ୟବସ୍ଥା, ପରିଚୟ ପତ୍ର ବ୍ୟବହାର କରିବାକୁ କହିଲେ ପୋଲିିସ୍ କମିଶନର 

ଭୁବନେଶ୍ୱର: ବାତିଲ ହେଲା ସ୍ୱତନ୍ତ୍ର ପାସ ବ୍ୟବସ୍ଥା  ।  ଜରୁରୀକାଳୀନ ସେବା ପାଇଁ ଯେଉଁ ପାସ୍ ବ୍ୟବସ୍ଥା ଥିଲା ତାହା ବାତିଲ କରିଛନ୍ତି  ପୋଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ  । ଏବେ ଆଉ ଲୋକଙ୍କୁ ପାସ ଦିଆଯିବନି, ଏହା ପରିବର୍ତ୍ତେ  ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ ବୋଲି କମିଶନର କହିଛନ୍ତି ।

ତେବେ ପାସ ପାଇଁ ଭିଡ ହେବାରୁ ବାତିଲ କରାଗଲା ବୋଲି ସ୍ପଷ୍ଟ କରିଛନ୍ତି କମିଶନର । ଏହା ସହ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି ଓ କାଲି ସୁଦ୍ଧା ଏହି ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବା ସହ ଲୋକ ଭିଡ ନ ଜମାଇ ଏହି ପ୍ଲାଟଫର୍ମରୁ ସୁବିଧା ପାଇପାରିବେ ବୋଲି କମିଶନର କହିଛନ୍ତି |

Click to comment

Leave a Reply

Your email address will not be published. Required fields are marked *

Most Popular

To Top