ନ୍ୟୁଜ୍

ବାତ୍ୟା ଅମ୍ଫାନ ପ୍ରଭାବରେ 151 କି.ମି ରାସ୍ତା ନଷ୍ଟ

ଅର୍ଗସ ବ୍ୟୁରୋ : ବାତ୍ୟା ଅମ୍ଫାନର କ୍ଷୟକ୍ଷତି ରିପୋର୍ଟ ଆସିଛି। ବାତ୍ୟା ଅମ୍ଫାନ ଯୋଗୁଁ ଓଡିଶାରେ ୧୫୧ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ତୁରନ୍ତ ରାସ୍ତା ମରାମତି ପାଇଁ 3 କୋଟି 88 ଲକ୍ଷ ଟଙ୍କା ଆବଶ୍ୟକ ପଡ଼ିବ। ସେହିପରି ଗଛ ସଫା ଓ ଆବର୍ଜନା ହଟାଇବାକୁ 50 ଲକ୍ଷ ଦରକାର ବୋଲି ଗ୍ରାମ୍ୟ ଉନ୍ନୟନ ଯୁଗ୍ମ ସଚିବଙ୍କୁ ସର୍ବୋଚ୍ଚ ଯନ୍ତ୍ରୀ ଜଣାଇଛନ୍ତି।

ତେବେ ଗତକାଲି ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ। ଏହି ସମୟରେ ମୋଦି ଓଡ଼ିଶାକୁ ଅଗ୍ରୀମ ସହାୟତା ଭାବେ 500 ଶହ କୋଟି ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ। ଏହାପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ପୁଙ୍ଖାନୁପୁଙ୍ଖ ଆକଳନ କରିବେ । କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top