ନ୍ୟୁଜ୍

ବାତ୍ୟା ପୀଡିତଙ୍କ ପାଇଁ ପ୍ରାର୍ଥନା କଲେ ବଲିଉଡ୍ ଷ୍ଟାର୍

ଅର୍ଗସ ବ୍ୟୁରୋ : ବାତ୍ୟା ପୀଡିତଙ୍କ ପାଇଁ ପ୍ରାର୍ଥନା କଲେ ବଲିଉଡର କିଙ୍ଗ୍ ଖାନ । କୋରୋନା ସଂକଟ ବେଳେ ଓଡିଶା ଓ ପଶ୍ଟିମବଙ୍ଗରେ ସ୍ଥିତି ଉଜାଡ଼ିଥିଲା ବାତ୍ୟା ଅମ୍ଫାନ । ମହାବିପତ୍ତି ପରେ ପୁଣି ଓଡିଶାକୁ ମାଡିଆସିଥିଲା ଆଉ ଏକ ବିପତ୍ତି । ତେବେ ସାରା ବିଶ୍ୱରେ କୋଭିଡ୍ ନିଦ ହଜାଇଥିବା ବେଳେ ସମସ୍ତଙ୍କର ହୃଦକମ୍ପନ ବଢାଇଦେଇଥିଲା ବାତ୍ୟା ‘ଆମ୍ଫାନ୍’। ବଲିଉଡ ଷ୍ଟାର ଶାହରୁଖ୍ ଖାନ୍ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବାତ୍ୟା ପୀଡିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଏହାସହ ସେ କହିଛନ୍ତି ଯେ, “ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଟି ଲୋକ ମୋର ଏବଂ ମୋର ପରିବାର” । ଏହାସହ ନିଜ ଟ୍ୱିଟରରେ ସାଇକ୍ଲୋନ୍ ଆମ୍ଫାନ ପୀଡିତଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ ଶାହରୁଖ୍ ଖାନ୍ । କହିଥିଲେ ଯେ, “ଏହି ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଏବଂ ଓଡିଶାରେ ହଇଚଇ ସୃଷ୍ଟି କରିଛି” । ତେବେ ଏହି ଘୂର୍ଣ୍ଣିବଳୟରେ ପ୍ରାୟ 80 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ମଧ୍ୟ ଆହତ ହୋଇଥିଲେ ।

ସେହିପରି ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପ୍ରତି ତାଙ୍କର ଶୋକ ପ୍ରକାଶ କରି ଶାହରୁଖ ଖାନ ଲେଖିଛନ୍ତି ଯେ, “ପଶ୍ଟିମବଙ୍ଗ ଓ ଓଡିଶାରେ ବାତ୍ୟା ଆମ୍ଫାନ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ମୋର ପ୍ରେମ ଓ ପ୍ରାର୍ଥନା । ଏହି ଖବର ମୋତେ ଚକିତ କରିଦେଇଛି । ସେମାନେ ସମସ୍ତେ ମୋ ନିଜର ଓ ମୋ ପରିବାର ପରି । ତେବେ ଏଭଳି ସମୟରେ ଆମେ ସମସ୍ତେ ପୁଣି ହସିବା ଯାଏଁ ଆମକୁ ଦୃଢ ରହିବାକୁ ପଡିବ” ।

ସେହିପରି ବଲିଉଡ ଷ୍ଟାର ରଭିନା ଟଣ୍ଡନ୍ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ବାତ୍ୟା ଆମ୍ଫାନ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ପାଇଁ ପ୍ରାର୍ଥନା କରିଛନ୍ତି । ସେହିପରି ଭୁମି ପେଡନେକର ଲେଖିଛନ୍ତି, “ସୁପର ସାଇକ୍ଲୋନ୍ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବିନାଶର ପଥ ଛାଡିଛି । ଯେଉଁମାନେ ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ମୋର ବିନମ୍ର ପ୍ରାର୍ଥନା ।” ସେହିପରି ଅନନ୍ୟା ପାଣ୍ଡେ ଲେଖିଛନ୍ତି, “ସାଇକ୍ଲୋନ ଆମ୍ଫାନରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା । ଏହି ସଙ୍କଟ ସମୟରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top