ନ୍ୟୁଜ୍

ବାପାଙ୍କୁ ମୁଖାଗ୍ନି ଦେବାରୁ ବଞ୍ଚିତ ହେଲେ ଯବାନ, ଭିଡିଓ କଲରେ କଲେ ଶେଷ ଦର୍ଶନ

dead

ସମ୍ୱଲପୁର:  ସମ୍ବଲପୁର କୁଚିଣ୍ଡାରୁ ଆସିଲା ସମ୍ବେଦନଶୀଳତାର ଦୃଶ୍ୟ । ଲକଡାଉନ ଯୋଗୁ ପିତାଙ୍କ ଅନ୍ତିମ କ୍ରିୟାରେ ଯୋଗ ଦେଇପାରିଲେନି ପୁଅ । ଆଉ ଭିଡିଓ କଲରେ ପିତାଙ୍କ ଶେଷ ଦର୍ଶନ କଲେ ଯବାନ । ଏଭଳି ହୃଦୟସ୍ପର୍ଶୀ ଘଟଣା ଘଟିଛି ସମ୍ବଲପୁରର ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତର ଗୁର୍ଲା ଗାଁରୁ ।

ଗାଁର ପୁରୁଷୋତ୍ତମ ସା ଭାରତୀୟ ସ୍ଥଳ ସେନାରେ ଯବାନ ଭାବେ କାର୍ଯ୍ୟରତ । ଗତ ଶନିବାର ଦିନ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ପରମ୍ପରା ଅନୁଯାୟୀ ପିତାଙ୍କ ଅନ୍ତିମ କ୍ରିୟାରେ ଯୋଗ ଦେଇପାରିଲେନି ପୁରୁଷୋତ୍ତମ । ବଡପୁଅର ଅନୁପସ୍ଥିତିରେ ମଝିଆ ଭାଇ ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ଏହି ଦୃଶ୍ୟ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top