ଦେଶ

ବିଦେଶ ମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଭିନ୍ନ ଦେଶକର ଫସି ରହିଥିବା ଓଡିଆ ମାନଙ୍କୁ ସେ ଦେଶରୁ ସିଧା ସିଧା ଭୁବନେଶ୍ୱରକୁ ଆଣିବା ପାଇଁ ବିଦେଶ ମନ୍ତ୍ରୀ ଡା ଏସ.ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଉପସାଗରୀୟ ଦେଶ ସମୁହ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡିଆମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବିମାନ ସେବାର ବିଶେଷ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ସବୁ ଦେଶର ବିଭିନ୍ନ ସହର ଯଥା ଦୁବାଇ, ଦୋହା, ଦାମ୍ମମ, ମାସ୍କୋଟ, ବାହରିନ, କଲମ୍ବୋ ଏବଂ ଲଂଣ୍ଡନରୁ ସିଧା ଭୁବନେଶ୍ୱରକୁ ବିମାନ ବ୍ୟବସ୍ଥା କରି ଓଡିଆମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି କୋରାନା ସମୟରେ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ବିଦେଶରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ପ୍ରଫେସନାଲମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top