ଦେଶ

ବିନା ସଂସ୍ପର୍ଶରେ ନ ଆସି ଲୋକେ ହେଉଛନ୍ତି ସଂକ୍ରମିତ: ଆଇସିଏମଆର

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କ ବର୍ତ୍ତମାନ ଦିନକୁ ଦିନ ବଢୁଥିବା ବେଳେ ଏବେ ଆଶ୍ଚର୍ଯ୍ୟ ଚକିତ କଲାପରି ଖବର ଦେଇଛି ଆଇସିଏମଆର ବା ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ। କୌଣସି ସଂକ୍ରମିତ ଦେଶ, ରାଜ୍ୟ କିମ୍ବା ଅଞ୍ଚଳକୁ ଗସ୍ତ ନକରି ତଥା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସି ମଧ୍ୟ ଜଣେ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି। ଆଇସିଏମଆର ସିଭିୟର ଆକ୍ୟୁଟ ରେସ୍ପିରେଟରି ଇନଫେକସନ (ଏସଏଆରଆଇ) ପୀଡିତ ଥିବା 104 ଜଣ କରୋନା ରୋଗୀଙ୍କୁ ନେଇ ପରୀକ୍ଷା କରିଥିଲା। ସେଥିରୁ ଜଣା ପଡିଥିଲା କି ଏମାନଙ୍କ ଭିତରୁ 40 ଜଣ ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ବିଦେଶ ଗସ୍ତ ନକରି ତଥା କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଫେବୃଆରୀ 15 ରୁ ଏପ୍ରିଲ 2 ମଧ୍ୟରେ 20 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 52ଟି ଜିଲ୍ଲାର ଏସଏଆରଆଇ ପୀଡିତ 5,911 ସନ୍ଦିଗ୍ଧଙ୍କ ରାଣ୍ଡମ କରୋନା ଟେଷ୍ଟ କଲାପରେ ଏଭଳି ତଥ୍ୟ ସାମନାକୁ ଆସିଛି। ସେଥିରୁ ଜଣାପଡ଼ିଥିଲା ଯେ ଏସବୁ ନମୁନାରୁ 104 ପଜିଟିଭ ଆସିଥିଲା। ଆଉ ଏମାନଙ୍କ ଭିତରୁ 40 ଜଣ ଏମିତି ଅଛନ୍ତି ଯେଉଁମାନେ କୌଣସି ବିଦେଶ ଗସ୍ତ ନକରି ବା ସଂକ୍ରମିତଙ୍କ ସଂସ୍ପର୍ଶରେ ନ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ତେବେ ଜାଣି ରଖନ୍ତୁ ଏସଏଆରଆଇ ହେଉଛି ଏଭଳି ଏକ ଶ୍ଵାସକ୍ରିୟାଜନିତ ସମସ୍ୟା ଯେଉଁଥିରେ କି ଜଣେ ରୋଗୀ ନିମୋନିଆରେ ଆକ୍ରାନ୍ତ ହୋଇଥାନ୍ତି ବା ତାଙ୍କର ଶ୍ଵାସକ୍ରିୟା ବନ୍ଦ ହୋଇଯାଏ। ସେହି ଦୃଷ୍ଟିରୁ ଏସଏଆରଆଇ ପୀଡ଼ିତ ରୋଗୀଙ୍କ ଚିକିତ୍ସା କିଭଳି କରାଯିବ ସେ ନେଇ ଗତ ମାସରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଥିଲା। କାରଣ ବର୍ତ୍ତମାନ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାଙ୍କ ମଧ୍ୟରେ 2 ରୁ 3 ପ୍ରତିଶତ ଏସଏଆରଆଇରେ ପୀଡ଼ିତ ବ୍ୟକ୍ତି ଥାନ୍ତି। ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି। ସେଥିପାଇଁ ଯେଉଁସବୁ ସ୍ଥାନରେ ଏସଏଆରଆଇ ରୋଗୀ ଅଛନ୍ତି ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଚିକିତ୍ସା କରିବା ପାଇଁ ଆଇସିଏମଆର ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top